ରାଞ୍ଚି: ଦିନିକିଆ ଶୃଙ୍ଖଳାରେ ଅଷ୍ଟ୍ରେଲିଆ ବିପକ୍ଷରେ ୪-୧ ବିଜୟୀ ହେବା ପରେ ଭାରତର ଦୃଢ଼ ମନୋବଳ ଆସିଛି। ଏଣିକି ଭାରତର ଲକ୍ଷ୍ୟ ଟି-୨୦ ଉପରେ ନଜର ରହିବ। ବିରାଟ କୋହଲିଙ୍କ ନେତୃତ୍ୱରେ ବର୍ତମାନର ଭାରତୀୟ ଟିମ୍ ଆକ୍ରମଣାତ୍ମକ ଶୈଳୀରେ ଖେଳୁଛି। ବିପକ୍ଷୀ ଟିମକୁ ଭୟ କରିବାର କୌଣସି କାରଣ ନାହିଁ। ଭାରତର ମନୋବଳ ଏଭଳି ବଢ଼ିଯାଇଛି ଯେ, ଟି-୨୦ ଶୃଙ୍ଖଳାକୁ ୩-୦ରେ ମୂଳ ପୋଛ କରିବ। ଅଷ୍ଟ୍ରେଲିଆ ସହିତ ଟି-୨୦ ପରେ ଭାରତର ଭେଟ ନ୍ୟୁଜିଲାଣ୍ଡ ସହିତ ହେବ। ଆଇସିସିର ଟି-୨୦ ର୍ୟାଙ୍କିଗ୍ରେ ଭାରତ ୧ ନମ୍ବର ହେବାକୁ ଚାହୁଁଥିବା ବେଳେ, ନ୍ୟୁଜିଲାଣ୍ଡକୁ ଟି-୨୦ରେ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି। ଏଥି ସହିତ ଦକ୍ଷିଣ ଆଫ୍ରିକାର ରେକର୍ଡ ସହିତ ସମକକ୍ଷ ହେବାକୁ ଲକ୍ଷ୍ୟ ରଖିଛି ଭାରତ।
Sambad is now on WhatsApp
Join and get latest news updates delivered to you via WhatsApp
ଟି-୨୦ରେ ୩-୦ରେ ବିଜୟୀ ହେଲେ ଭାରତକୁ ଲାଭ
ଆଇସିସିର ଟି-୨୦ ର୍ୟାକିଂରେ ଟିମ୍ ଇଣ୍ଡିଆ ବର୍ତମାନ ୧୧୬ ନମ୍ବର ସହିତ ୫ ନମ୍ବରରେ ରହିଛି। ଯଦି ବିରାଟ କୋହଲିଙ୍କ ଟିମ୍ ଅଷ୍ଟ୍ରେଲିଆକୁ ୩-୦ରେ ପରାସ୍ତ କରେ ପାକିସ୍ତାନକୁ ଅତିକ୍ରମ କରି ଆଇସିସି ଟି-୨୦ ର୍ୟାଙ୍କିରେ ୨ ନମ୍ବର ସ୍ଥାନରେ ପହଞ୍ଚିବ। ଟିମ୍ ଇଣ୍ଡିଆର ବର୍ତମାନ ଫର୍ମ ଅନୁସାରେ ନୂଆଁ ରେକର୍ଡ ସ୍ଥାପନ କରିବା ସହଜ ନୁହେଁ। କାରଣ ନ୍ୟୁଜିଲାଣ୍ଡ ସୂଚୀରେ ୧୨୫ ନମ୍ବର ସହିତ ଶୀର୍ଷ ସ୍ଥାନରେ ରହିଛି। ସେହିଭଳି ପାକିସ୍ତାନ ୧୨୧ ନମ୍ବର ଥାଇ ୨ୟ ସ୍ଥାନରେ ଅଛି।
ଦକ୍ଷିଣ ଆଫ୍ରିକା ସହ ସମକକ୍ଷ ହେବାକୁ ଭାରତ କରିବ ଉଦ୍ୟମ
ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ଶୃଙ୍ଖଳା ପରେ ଟିମ୍ ଇଣ୍ଡିଆକୁ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳା ଖେଳିବାକୁ ହେବ। ଆଇସିସି ଟି-୨୦ରେ ଭଲ ପ୍ରଦର୍ଶନ କରି ଭାରତ, ଦକ୍ଷିଣ ଆଫ୍ରିକା ସହ ସମକକ୍ଷ ହେବାକୁ ଉଦ୍ୟମ କରିବ।