ଭୁବନେଶ୍ୱର: ଆଜି ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ୨୨୩ ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରରୁ ଅଛନ୍ତି ୧୫୯ । ସେମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୧୧୮ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ଅଛନ୍ତି ୪୧ ଜଣ । ଭୁବନେଶ୍ୱର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୫୦ରେ ପହଞ୍ଚିଥିବା ବେଳେ ସୁସ୍ଥ ହୋଇଛନ୍ତି ୧୦୧୧ ଜଣ । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧୧୨୫। ତେବେ ରାଜଧାନୀରେ ସୁପରସ୍ପ୍ରେଡରମାନେ ପ୍ରଶାସନର ଚିନ୍ତାର କାରଣ ହୋଇଛନ୍ତି। କାରଣ ଜଣେ ଜଣେ ସଂକ୍ରମିତଙ୍କଠାରୁ ବହୂୁ ସଂଖ୍ୟାରେ ଲୋକ ଆକ୍ରାନ୍ତ ହେଉଛନ୍ତି। ଆଜି ରାଜଧାନୀରେ ଏପରି ୩ ଜଣ ସୁପରସ୍ପ୍ରେଡର ସାମ୍ନାକୁ ଆସିଛନ୍ତି। ୩ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଯଥାକ୍ରମେ ୧୩ ଜଣ, ୨୦ ଜଣ ଓ ୪୪ ଜଣ ସଂକ୍ରମିତ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ନୟାପଲ୍ଲୀ ତ୍ରିନାଥ ବସ୍ତିରୁ ପୂର୍ବରୁ ଚିହ୍ନଟ ହୋଇଥିବା ଜଣେ ପଜିଟିଭଙ୍କ ସଂସ୍ପର୍ଶରେ ଆସି ୪୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୪ ବର୍ଷ ଓ ୧୨ ବର୍ଷର ନାବାଳିକା ବି ଅଛନ୍ତି । ସେହିପରି ଆଇଗିଣିଆରୁ ଚିହ୍ନଟ ହୋଇଥିବା ୨୦ ଜଣ ଆକ୍ରାନ୍ତ ଜଣେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଆସିଛନ୍ତି । ୟୁନିଟ ୩ ଖାରବେଳ ନଗରରେ ମଧ୍ୟ ଜଣେ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ୧୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ୧୫୯ ଆକ୍ରାନ୍ତଙ୍କ ମଧ୍ୟରୁ ୭୭ ଜଣ ସୁପରସ୍ପ୍ରେଡରଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ବୋଲି ଭୁବନେଶ୍ବର ମହାନଗର ଟୁଇଟ୍ କରି ସୂଚନା ଦେଇଛି।
ରାଜଧାନୀବାସୀଙ୍କ ଲାଗି ଆଶ୍ୱସ୍ତିକର ଖବର ହେଉଛି ଆଜି ୧୦୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ତେବେ ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୧୫୦ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସକ୍ରିୟ ମାମଲା ୧୧୨୫ ରହିଛି । ସେହିଭଳି ଭୁବନେଶ୍ୱରରେ ହଜାରେ ଟପିଛି ସୁସ୍ଥଙ୍କ ସଂଖ୍ୟା । ଆଜିର ୧୦୨ ସୁସ୍ଥଙ୍କୁ ମିଶାଇ ମୋଟ୍ ୧୦ ୧୧ ଜଣ ସୁସ୍ଥ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୧୨ରେ ରହିଥିବା ବିଏମସି ସୂଚନା ଦେଇଛି ।