ମେଷ: ଜୀବନରେ ଆଗକୁ ବଢ଼ିବାର ରାସ୍ତା ଖୋଲିବ। ଅଚାନକ ବ୍ୟବସାୟ ବୃଦ୍ଧି ହେବ। ବୈବାହିକ ଜୀବନରେ ଲାଗି ରହିଥିବା ମନୋମାଳିନ୍ୟର ସମାଧାନ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ଖୋଦ୍କୁ ଶକ୍ତିବାନ ଅନୁଭବ କରିବେ। ଅନୁଭବୀ ବ୍ୟକ୍ତିଙ୍କ ମତକୁ ନିଜ ଜୀବନରେ ଉପଯୋଗ କରନ୍ତୁ। ସମାଜରେ ଆପଣଙ୍କ ବଦାନ୍ୟତାକୁ ସ୍ବୀକୃତି ମିଳିବ।
ମିଥୁନ: ନୂଆ ଲୋକଙ୍କ ସହିତ ସ˚ପର୍କ ହେବ। ଯେଉଁ କାମ ମନପ୍ରାଣ ଢ଼ାଳି କରିବେ ତହିଁରେ ଯଥେଷ୍ଟ ସଫଳତା ପାଇବେ। ପ୍ରେମ ଜୀବନ ଖୁବ୍ ରୋଚକ ରହିବ।
କର୍କଟ: କ୍ୟାରିୟର ସମ୍ବନ୍ଧୀୟ ନୂଆ ସୁଯୋଗ ପାଇବେ। ବନ୍ଧୁ ଓ ପାଖ ଲୋକଙ୍କ ପ୍ରତି ଦୃଢ଼ ବିଶ୍ବାସ ଜାତ ହେବ। ମହିଳାଙ୍କର ଗଳ୍ପ କବିତା ଆଦିରେ ରୁଚି ବଢ଼ିବ।
ସି˚ହ: କଠିନ ପରିଶ୍ରମ କରିବାର ଇଚ୍ଛା ଉଜ୍ଜୀବିତ ହେବ। ଠିକ୍ ସମୟରେ ଉଚିତ ନିଷ୍ପତ୍ତି ନେବେ। ଘରୋଇ ଜୀବନରେ ପ୍ରେମପୂର୍ଣ୍ଣ ବାତାବରଣ ରହିବ। ସ୍ବାସ୍ଥ୍ୟରେ ଉନ୍ନତି ହେବ।
କନ୍ୟା: ପୂଜାପାଠରେ ଅଧିକ ଗୁରୁତ୍ବ ଦେବେ। ସୁସମ୍ବାଦ ପାଇବେ। ଜୀବନରେ ଉନ୍ନତି ଘଟିବା ହେତୁ ପରିବାରରେ ଖୁସି ବଢ଼ିବ। ଲେଖକଙ୍କ କୃତିକୁ ପ୍ରଶଂସା ମିଳିବ।
ତୁଳା: ନିଜ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। କୌଣସି କାମ ଆରମ୍ଭ କରିବା ବେଳେ ତରବରିଆ ନିଷ୍ପତ୍ତି ନିଅନ୍ତୁ ନାହିଁ। ବ୍ୟବସାୟରେ ଲାଭର ସୁଯୋଗ ମିଳିବ।
ବିଛା: ନୂଆ କାମ ଧନ୍ଦା ସମ୍ବନ୍ଧରେ ଚିନ୍ତା କରିବେ। ପରିବାରରେ ବଡ଼ଙ୍କ ପରାମର୍ଶ ନେଇ କୌଣସି ପଦକ୍ଷେପ ନିଅନ୍ତୁ। ଦମ୍ପତିଙ୍କ ମଧ୍ୟରେ ବିଶ୍ବାସ ମଜଭୁତ ହେବ।
ଧନୁ: ବ୍ୟବସାୟରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ଆଲୋଚନା କରିବେ। ପୂର୍ବରୁ କରିଥିବା କାମରୁ ଲାଭ ପାଇବେ। ପ୍ରେମିକାଙ୍କୁ ଉପହାର ଦେଇପାରନ୍ତି।
ମକର: ପ୍ରଭାବଶାଳୀ ଲୋକଙ୍କ ସହିତ ସ˚ପର୍କ ହେବ। ନୂଆ କାମରେ ସଫଳତା ପାଇବେ। ଧର୍ମକାର୍ଯ୍ୟ ପ୍ରତି ରୁଚି ବଢ଼ିବ। ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ।
କୁମ୍ଭ: ଭାବିଥିବା କାମ ପୂରା ହେବ। ପୁରୁଣା ବନ୍ଧୁଙ୍କ ସହିତ ଦେଖା ହୋଇପାରେ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଚିନ୍ତା କରିପାରନ୍ତି। ସ୍ବାସ୍ଥ୍ୟରେ ସୁଧାର ହେବ।
ମୀନ: ଭାଗ୍ୟର ପୂରା ସହଯୋଗ ପାଇବେ। ବେପାର କାର୍ଯ୍ୟ ଶୃଙ୍ଖଳିତ ହେବ। ଟଙ୍କା ପଇସା ଦିଆନିଆ ବେଳେ ସତର୍କ ରୁହନ୍ତୁ। ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ।