ଶୁଣାଯାଏ ଯେ ଇ˚ରେଜୀ ଭାଷାର ପ୍ରସିଦ୍ଧ ଲେଖକ ଜର୍ଜ ବର୍ଣ୍ଣାଡ ସ’ ଥରେ କୁଆଡ଼େ କହିଥିଲେ- ‘ହାଉ ଇଜ୍ ଲାଇଫ୍ ଡିପେନ୍ଡ୍ସ ଅନ୍ ଦ ଲିଭର୍’; ଯହିଁରେ ‘ଲିଭର୍’ ଶବ୍ଦର ଦୁଇଟି ଅର୍ଥ ବାହାର କରାଯାଏ। ସେ ଯାହା କହିଥିଲେ ତାର ଓଡ଼ିଆ ଅନୁବାଦ ହେଲା ଜୀବନ କେମିତି ତାହା ‘ଲିଭର୍’ ଉପରେ ନିର୍ଭର କରେ। ଇ˚ରେଜୀ ଭାଷାରେ ବଞ୍ଚିବାକୁ ‘ଲିଭି˚’ ବୋଲି କୁହାଯାଏ। ସେହି ଅର୍ଥରେ ‘ଲିଭର୍’ ବୋଲି କହି ବର୍ଣ୍ଣାଡ ସ’ ହୁଏତ କହିବାକୁ ଚାହିଁଥିଲେ ଯେ ଜୀବନଟି ବଞ୍ଚିବା ଲୋକ ଉପରେ ନିର୍ଭର କରେ। କିନ୍ତୁ କିଛି କହନ୍ତି ଯେ ଉଦ୍ଦେଶ୍ୟମୂଳକ ଭାବେ ‘ଲିଭର୍’ ଶବ୍ଦର ବ୍ୟବହାର କରି ତାଙ୍କ ବକ୍ତବ୍ୟକୁ ସାମାନ୍ୟ ଚଟୁଳତା ପ୍ରଦାନ କରିବା ସହିତ କହିବାକୁ ଚାହିଁଥିଲେ ଯେ ଜୀବନ କେମିତି ହେବ ତାହା ବ୍ୟକ୍ତିର ‘ଲିଭର୍’ ବା ଯକୃତର ସ୍ବାସ୍ଥ୍ୟ ଉପରେ ନିର୍ଭର କରେ। ଏବେ ଏ କଥା ମନେ ପଡ଼ିବାର କାରଣ ହେଲା ସ˚ପ୍ରତି ଯକୃତ ଜନିତ ଅସୁସ୍ଥତା ସା˚ଘାତିକ ହାରରେ ବଢ଼ିଯାଇଛି। ପୁଣି ଯକୃତ କର୍କଟ ଏବେ ଭୟାବହ ରୂପ ଧାରଣ କଲାଣି।
Sambad is now on WhatsApp
Join and get latest news updates delivered to you via WhatsApp
ସ˚ପ୍ରତି ଫୁସ୍ଫୁସ୍ କ୍ୟାନ୍ସର ଓ ପେଟ କ୍ୟାନ୍ସର ପରେ ‘ଲିଭର୍’ କ୍ୟାନ୍ସର ହିଁ ସର୍ବାଧିକ କ୍ୟାନ୍ସର ପୀଡ଼ିତଙ୍କ ମୃତ୍ୟୁର କାରଣ ହେଉଛି। ହେପାଟାଇଟିସ୍ ବି ଓ ସି ଏହି ହେଉଛି ଲିଭର୍ କ୍ୟାନ୍ସରର ମୁଖ୍ୟ କାରଣ। ଏସିଆ ଓ ଆଫ୍ରିକା ମହାଦେଶରେ ହେପାଟାଇଟିସ୍ ବି ହେତୁ ୮୦ ପ୍ରତିଶତ ଓ ଆମେରିକା ଏବ˚ ଜାପାନ ଭଳି ଦେଶରେ ହେପାଟାଇଟିସ୍ ସି ଯୋଗୁ ୭୫ ପ୍ରତିଶତ ଲିଭର କ୍ୟାନ୍ସର ହେଉଛି। ଏହି ଭୂତାଣୁ ସ˚କ୍ରମିତ ସିରିଞ୍ଜ ଓ ଛୁଞ୍ଚିର ବ୍ୟବହାର କିମ୍ବା ଅସୁରକ୍ଷିତ ଯୌନ ସମ୍ପର୍କ ଭଳି କାରଣରୁ ହେପାଟାଇଟିସ ବି ବ୍ୟାପି ଥାଏ। ସେମିତି ଅତ୍ୟଧିକ ମଦ୍ୟପାନ କରୁଥିବା ଲୋକେ ଲିଭର୍ ସିରୋସିସ୍ ଏପରିକି ଲିଭର୍ କ୍ୟାନ୍ସରରେ ମଧୢ ପୀଡ଼ିତ ହୁଅନ୍ତି। ସେମିତି ଧୂମପାନ ବା ଅନିୟନ୍ତ୍ରିତ ଡାଇବେଟିସ୍ ଅଥବା ‘ଆଫ୍ଲା ଟକ୍ସିନ୍’ ସେବନ ମଧୢ ଲିଭର୍ କ୍ୟାନ୍ସର ସୃଷ୍ଟି କରିଥାଏ। ହିମୋକ୍ରୋମାଟୋସିସ୍ ନାମକ ଏକ ଅବସ୍ଥା- ଯହିଁରେ ଲିଭର୍ରେ ଅତ୍ୟଧିକ ଲୌହ କଣା ଜମିଥାଏ- ମଧୢ ଲିଭର୍ କ୍ୟାନ୍ସରର କାରଣ।
ଭାରତରେ ହେପାଟାଇଟିସ୍ ବି ସାଧାରଣତଃ ୨ରୁ ୭% ଲୋକଙ୍କ ଭିତରେ ଦେଖାଯାଏ। ଦେଶରେ ବହୁ ସ˚ଖ୍ୟାରେ ହେପାଟାଇଟିସ୍ ବି ଭୂତାଣୁର ବାହକ ମଧୢ ଅଛନ୍ତି। ଏହି ବାହକମାନେ ସାଧାରଣତଃ ନିରୋଗ ଓ ସୁସ୍ଥ ଜଣାପଡ଼ିଥାନ୍ତି। ଅନେକ ସମୟରେ ଛୋଟ ପିଲାମାନେ ଜନ୍ମ ସମୟରେ ସ˚କ୍ରମିତ ମା’ଠାରୁ ଭୂତାଣୁର ଶିକାର ହୋଇ ସାରିଥାନ୍ତି। ଏମାନେ ସାଧାରଣତଃ ନିରୋଗ ଓ ସୁସ୍ଥ ଭଳି ଲାଗୁଥିବାରୁ ଏମାନଙ୍କ ଦ୍ବାରା ହେପାଟାଇଟିସ୍-ବିର ସ˚କ୍ରମଣ ହେବା ସହଜ ହୋଇଥାଏ। ପରବର୍ତ୍ତୀ କାଳରେ (ପ୍ରାୟ ୨୦-୨୫ ବର୍ଷ ପରେ) ଏହି ବାଳକମାନେ ମଧୢ ଯକୃତ ସିରୋସିସ୍ ଓ ଯକୃତ କର୍କଟ ରୋଗରେ ଆକ୍ରାନ୍ତ ହୁଅନ୍ତି।
ହେପାଟାଇଟିସ୍ ବି ଏଡ୍ସ ଠାରୁ ଶହେ ଗୁଣ ଅଧିକ ସ˚କ୍ରାମକ। ତେଣୁ ଏହିପରି ଏକ ମାରାତ୍ମକ ବ୍ୟାଧିର ନିରାକରଣ ହେଉଛି ଆମ୍ଭମାନଙ୍କ ସମ୍ମୁଖରେ ଏବେ ବଡ଼ ଆହ୍ବାନ। ଆମ୍ଭେମାନେ ଯଦି ହେପାଟାଇଟିସ୍ ‘ବି’କୁ ଟିକା ମାଧୢମରେ ସମ୍ପୂର୍ଣ୍ଣ ନିରାକରଣ କରିପାରିବୁ ତାହା ହେଲେ ଲିଭର୍ କ୍ୟାନ୍ସରର ସ˚ଖ୍ୟା ମଧୢ ଦ୍ରୁତ ହାରରେ କମିଯିବ। ତେବେ ମଦ ହେଉଛି ଲିଭର୍ର ସବୁଠାରୁ ବଡ଼ ଶତ୍ରୁ। ଏଣୁ ମଦ୍ୟ ପାନ ବା ଧୂମ ପାନ ଆଦି ଠାରୁ ଦୂରରେ ରହିବା ଆବଶ୍ୟକ।
ଚଳିତ ବର୍ଷ ବିଶ୍ବ କ୍ୟାନ୍ସର ଦିବସର ବାର୍ତ୍ତା ଥିଲା ‘ଆଇ ଆମ୍ ଆଣ୍ତ ଆଇ ଉଇଲ୍’। ଏବେ ବିଶ୍ବରେ ୮୦ ଲକ୍ଷରୁ ଅଧିକ ଲୋକ ପ୍ରତି ବର୍ଷ କର୍କଟ ରୋଗରେ ପ୍ରାଣ ହରାଉଛନ୍ତି। ସେମାନଙ୍କ ମଧୢରୁ କେବଳ ଛଅ ଲକ୍ଷ ବ୍ୟକ୍ତି ଲିଭର୍ କ୍ୟାନ୍ସର ଯୋଗୁଁ ମୃତ୍ୟୁବରଣ କରିଥାନ୍ତି। ସମଗ୍ର ପୃଥିବୀରେ ଏହି କ୍ୟାନ୍ସରର ସ୍ଥାନ ଷଷ୍ଠରେ ରହିଛି। ମହିଳାମାନଙ୍କ ଅପେକ୍ଷା ପୁରୁଷମାନଙ୍କ ଭିତରେ ଏହି ରୋଗର ପ୍ରାଦୁର୍ଭାବ ଅଧିକ ଦେଖାଯାଉଛି। ତେବେ ସଚେତନତା ଓ ସତର୍କତା ତଥା ଠିକଣା ସମୟରେ ଚିକିତ୍ସା ଏହି ରୋଗର ଭୟ ଠାରୁ ଦୂରରେ ରଖିବ।
ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ
ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ
ମୋ- ୯୪୩୭୦୫୧୯୫୭