ଭୁବନେଶ୍ବର: ବିଧାନସଭାରେ ବାଚସ୍ପତିଙ୍କ ଉପରକୁ ଚପଲ ଫୋପାଡିବା ଘଟଣାରେ ହୋଇଛି କାର୍ଯ୍ୟାନୁଷ୍ଠାନ । ୩ ଜଣ ବିଧାୟକଙ୍କୁ ନିଲମ୍ବନ ପାଇଁ ନିର୍ଦ୍ଦେଶ ଦେଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଚଳିତ ବିଧାନସଭା ଅଧିବେଶନ ପାଇଁ ବିଷ୍ଣୁଚରଣ ସେଠୀ, ଜୟ ନାରାୟଣ ମିଶ୍ର ଓ ମୋହନ ମାଝୀଙ୍କୁ ନିଲମ୍ବିତ କରାଯାଇଛି। ସେମାନଙ୍କୁ ତୁରନ୍ତ ଗୃହ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି। ଘଟଣା ସମୟର ଭିଡିଓ କ୍ଲିପ୍ ଦେଖାଯିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିଧାନସଭାରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ବାଚସ୍ପତିଙ୍କ ଉପରକୁ ଚପଲ ଫୋପାଡିଛନ୍ତି ବିରୋଧୀ ବିଧାୟକ । ବାଚସ୍ପତି ମୁଲତବୀ ପ୍ରସ୍ତାବ ଗ୍ରହଣ ନ କରିବା ଓ ବିରୋଧୀ ଦଳ ନେତାଙ୍କୁ କହିବାକୁ ସୁଯୋଗ ନ ଦେବା ଅଭିଯୋଗ ଆଣି ଏଭଳି ବ୍ୟବହାର ପ୍ରଦର୍ଶନ କରିଛନ୍ତି ବିରୋଧୀ । ବିନା ଆଲୋଚନାରେ ବିଲ୍ ପାସ କରିଥିବାରୁ ଏହାକୁ ବିରୋଧ କରି ଚପଲ ଫିଙ୍ଗିଥିବା ଅଭିଯୋଗ ହୋଇଛି । ହୋ ହାଲ୍ଲା ଭିତରେ ବିରୋଧୀ ସଦସ୍ୟ ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗାଯାଇଥିବା କହିଛନ୍ତି ବିରୋଧୀ ସଦସ୍ୟ ମୋହନ ମାଝୀ । ତେବେ ବିଜେପି ବିଧାୟକ ବିଷ୍ଣୁ ସେଠୀ ଓ ଜୟନାରାୟଣ ମିଶ୍ର ଚପଲ ଫିଙ୍ଗିଥିବା ନେଇ ଅଭିଯୋଗ କରିଥିଲେ ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।