ଆଜିଠାରୁ ଚାରିଛକରେ ଟିକାକରଣ
ଚାରିଛକ : ଚାରିଛକ ଅଞ୍ଚଳରେ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ସୋମବାର ଓ ମଙ୍ଗଳବାର ଦୁଇଦିନ ଧରି ପ୍ରଥମ ଡୋଜ୍ ଟିକାଦାନ କରାଯିବ। ପ୍ରଥମ ଡୋଜ୍ ଟିକା ଚାରିଛକସ୍ଥିତ ଅନ୍ନପୂର୍ଣ୍ଣା ବିଦ୍ୟାପୀଠରେ ଦିଆଯିବ। ପ୍ରତିଦିନ ୨ ଶହ ଲେଖାଏଁ ଟିକାକରଣ କରାଯିବାର ବ୍ୟବସ୍ଥା କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
୪୫ ବର୍ଷରୁ ଅଧିକ ବ୍ୟକ୍ତିମାନେ ଟିକାକେନ୍ଦ୍ରରେ ସକାଳ ୬ଟାରୁ ପହଞ୍ଚି ଟୋକନ୍ ସଂଗ୍ରହ କରିବା ପରେ ସକାଳ ୮ଟାରେ ଟିକାକରଣ କରାଯିବ। ତତ୍ ସହିତ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନଙ୍କୁ ଟୋକନ୍ ଦେବାରେ ଅଗ୍ରାଧିକାର ଦିଆଯିବ। ଟିକା କେନ୍ଦ୍ରକୁ ଆସିବା ସମୟରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ନିହାତି ଜରୁରି।