ଭୁବନେଶ୍ବର: ରାଜ୍ୟରେ ଆଜି କରୋନା ଭାଇରସ ସଂକ୍ରମଣରୁ ୬୮୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୦ ଜଣ ଅଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୧୧୧ଜଣ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି। ବାଲେଶ୍ବର, ଯାଜପୁରରୁ ୩୧-୩୧, ମୟୂରଭଂଜରୁ ୨୯, ଜଗତସିଂହପୁରରୁ ୨୪, ସମ୍ବଲପୁରରୁ ୧୭, ପୁରୀରୁ ୧୬, ସୁନ୍ଦରଗଡ଼ରୁ ୧୫, ଭଦ୍ରକ ଓ କେନ୍ଦ୍ରାପଡ଼ାରୁ ୧୪ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ସେହିପରି ରାୟଗଡ଼ାରୁ ୧୨, ଅନୁଗୁଳ, ଢେଙ୍କାନାଳରୁ ୯-୯, କେନ୍ଦୁଝରରୁ ୮, ବରଗଡ଼ରୁ ୭, କୋରାପୁଟରୁ ୬, ନବରଂଗପୁରରୁ ୫, ଦେବଗଡ଼, ଝାରସୁଗୁଡ଼ାରୁ ୪-୪, ଗଂଜାମରୁ ୩, ବଲାଙ୍ଗୀର, ମାଲକାନଗିରି, ନୟାଗଡ଼, ସୁବର୍ଣ୍ଣପୁରରୁ ୨ ଜଣ ଲେଖାଏଁ, କନ୍ଧମାଳ, ନୂଆପଡ଼ାରୁ ଜଣେ ଲେଖାଏଁ ଓ ରାଜ୍ୟପୁଲରୁ ୫୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।