ଲଭ୍‌ଲି ସିଂହଙ୍କ ଘରବାହୁଡ଼ା

ନୂଆଦିଲ୍ଲୀ: ନଅ ମାସ ତଳେ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ବରିଷ୍ଠ ନେତା ଅରବିନ୍ଦର ସିଂହ ଲଭ୍‌ଲି ଆଜି ପୁଣିଥରେ କଂଗ୍ରେସକୁ ଫେରିଛନ୍ତି। ତାଙ୍କର ଏପରି ଘରବାହୁଡ଼ାକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସ୍ୱାଗତ ଜଣାଇଛନ୍ତି। ସେହିପରି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତ୍ରୀ ଶିଲା ଦୀକ୍ଷିତ ଲଭ୍‌ଲିଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି। ଶିଲାଙ୍କ ସରକାରରେ ଜଣେ ପ୍ରମୁଖ ମନ୍ତ୍ରୀ ରହିବା ସହ ଦିଲ୍ଲୀ କଂଗ୍ରେସର ପୂର୍ବତନ ମୁଖ୍ୟ ଥିବା ବିଜେପିରେ ଖାପଖୁଆଇ ପାରିଲେନି ବୋଲି କହିଛନ୍ତି। ବିଜେପିରେ ଯୋଗଦେବା ଆଦୌ ଖୁସି ନିଷ୍ପତ୍ତି ନଥିଲା, ଏହା ତାଙ୍କ ପାଇଁ ଖୁବ୍‌ ଦୁର୍ବଳ ମୁହୂର୍ତ୍ତ ଥିଲା ବୋଲି ଲଭଲି କହିଛନ୍ତି। ତେବେ ପରେ ବରିଷ୍ଠ ନେତା ଅଜୟ ମାକେନ୍‌ଙ୍କ ସହ ଆଲୋଚନା କରି ସମସ୍ତ ମତଭେଦ ଦୂର ହୋଇଛି ବୋଲି ଅରବିନ୍ଦର କହିଛନ୍ତି।

ସମ୍ବନ୍ଧିତ ଖବର