ବାପାଙ୍କଠାରୁ କୁକୁର ଛୁଆ ଉପହାରରେ ପାଇବା ପରେ ଖୁସିରେ କାନ୍ଦି ପକେଇଲେ କୁନି ଝିଅ
ନୂଆଦିଲ୍ଳୀ: ଜଣେ କୁନି ଝିଅର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଜୋର୍ରେ ଭାଇରାଲ୍ ହେବାରେ ଲାଗିଛି। ଭିଡିଓରେ କୁନି ଝିଅଟି ତା’ ବାପାଙ୍କଠାରୁ ଏକ କୁକୁର ଛୁଆ ଉପହାରରେ ପାଇବା ପରେ ଖୁସିରେ ଆତ୍ମବିଭୋର ହୋଇ ଉଠୁଥିବା ଦେଖିବାକୁ ମିଳିଛି। ଭିଡିଓଟି ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ୍ ହେବା ପରେ ଏହାକୁ ବହୁତ ଲୋକ ପସନ୍ଦ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଭିଡିଓଟିକୁ ପ୍ରଥମେ କୁନି ଝିଅ ବ୍ରିନା ମାଆ ଜେନିଫର୍ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ୍ରେ ସେୟାର୍ କରିଥିଲେ। ପରେ ତାହାକୁ ପବିଟି ପେଜ୍ରେ ସେୟାର୍ ହୋଇଥିବାର ଦେଖିବାକୁ ମିଳିଛି। ଏବେ ସୁଦ୍ଧା ଭିଡିଓଟିର ୫ ମିଲିୟନ୍ରୁ ଅଧିକ ଭିୟୁ ହୋଇ ସାରିଲାଣି।
View this post on Instagram
ଭିଡିଓଟିକୁ ବ୍ରିନାଙ୍କ ଅଜାଣତରେ ସୁଟ୍ କରାଯାଇଛି। ଭିଡିଓରେ ପ୍ରଥମେ ଦେଖିବାକୁ ମିଳୁଛି ଯେ ବ୍ରିନାଙ୍କ ବାପା ପ୍ରଥମେ ଏକ ଖେଳନା କୁକୁର ତାଙ୍କୁ ଦେଉଛନ୍ତି। ବ୍ରିନା ସେହି କୁକୁରଟିକୁ ଧରୁଛନ୍ତି। ତା’ର ଠିକ୍ ଟିକେ ସମୟ ପରେ ତାଙ୍କ ବାପା ନିଜ ଗାଡ଼ିରୁ କାଢ଼ି ସତସତିକା ଏକ କୁକୁର ଛୁ୍ଆ ତାଙ୍କ ହାତରେ ଦେଇ ଦଉଛନ୍ତି।
ଯାହାକୁ ଦେଖିବା ପରେ ବ୍ରିନା ଏକଦମ ଭାବପ୍ରବଣ ହୋଇ ପଡୁଛନ୍ତି। ସେ କୁକୁରଟିକୁ ବାରମ୍ବାର ଚୁମ୍ବନ ଦେବା ସହ ନିଜର ଖୁସି ବ୍ୟକ୍ତ କରୁଛନ୍ତି। ଏହା ସେ କେବେ ବି ଆଶା କରିନଥିଲେ ବୋଲି ଭିଡିଓରେ କହୁଥିବାର ଶୁଣିବାକୁ ମିଳିଛି। ବ୍ରିନାଙ୍କ ଏହି ପ୍ରତିକ୍ରିୟା ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କୁ ବି ଖୁବ୍ ପସନ୍ଦ ଆସିଛି।