ଶସ୍ତାରେ ଥାଇଲାଣ୍ଡ ବୁଲିବାକୁ ଯିବାପାଇଁ ଚାଁହୁଛନ୍ତି କି? ଆଇଆରସିଟିସି ଆଣିଲା ଏହି ଯୋଜନା

ଆପଣ ବିଦେଶ ଯାଇ ବୁଲାବୁଲି କରିବାକୁ ଯୋଜନା କରୁଛନ୍ତି କି? ଆଉ ଏଥିପାଇଁ ଅର୍ଥ ସମସ୍ୟା ପାଇଁ ଆପଣଙ୍କ ସ୍ବପ୍ନ ପୂରଣ ହୋଇପାରୁନାହିଁ କି? ଯଦି ହଁ, ତେବେ ଏହି ସମସ୍ୟା ଆଉ ରହିବ ନାହିଁ | କାରଣ ଆଇଆରସିଟିସି ଏବେ ଥାଇଲାଣ୍ଡ ବୁଲିବା ପାଇଁ ପକେଟକୁ ସୁହାଇଲାଭଳି ଏକ ଟୁର ପ୍ୟାକେଜ ଆଣିଛି | ଏହି ପ୍ୟାକେଜ ମଧ୍ୟରେ ଆପଣଙ୍କ ଖାଇବା, ରହିବା, ବିମାନ ଭଡା ସବୁ ଅନ୍ତର୍ଭୁକ୍ତ ରହିଛି | ତେଣୁ ଯଦି ଆପଣ ଥାଇଲାଣ୍ଡ ଯାଇ ଆପଣଙ୍କର ଛୁଟିଦିନକୁ ଉପଭୋଗ କରିବାକୁ ଚାହାଁନ୍ତି, ତେବେ ବିଳମ୍ବ ନକରି ଆଇଆରସିଟିସି ଟୁର୍ ପ୍ୟାକେଜ୍ ବୁକ୍ କରନ୍ତୁ | ଆଜି ଆମେ ଆପଣଙ୍କୁ ଏବାବଦରେ ସବିଶେଷ ତଥ୍ୟ ଦେବୁ | ଏହି ପ୍ୟାକେଜ୍ ମାଧ୍ୟମରେ ଆପଣ ହାଇଦ୍ରାବାଦରୁ ଶସ୍ତାରେ ଥାଇଲାଣ୍ଡ ଯାତ୍ରା କରିପାରିବେ |

ଏହା ଏକ ଫ୍ଲାଇଟ୍ ପ୍ୟାକେଜ୍, ଯେଉଁଥିରେ ଆପଣ କୋଲକାତାରୁ ବ୍ୟାଙ୍କକକୁ ବିମାନ ଟିକେଟ ପାଇବେ | ଏହି ପ୍ୟାକେଜରେ ଆପଣ ପଟ୍ଟାୟା ଏବଂ ବ୍ୟାଙ୍କକ୍ ବୁଲିବାର ସୁଯୋଗ ପାଇବେ | ଏହି ପ୍ୟାକେଜରେ, ଆପଣ ଏକ ୩ ତାରକା ହୋଟେଲରେ ରହିବା ସହ ପ୍ୟାକେଜରେ, ଆପଣଙ୍କ ଜଳଖିଆ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନର ସୁବିଧା ମିଳିବ | ଏହି ପୁରା ପ୍ୟାକେଜ୍ ୪ ଦିନ ଏବଂ ୩ ରାତିର ହୋଇଥିବାବେଳେ ଆପଣ ମେ ୫, ୨୦୨୪ରୁ ପ୍ୟାକେଜକୁ ଉପଭୋଗ କରିପାରିବେ | ଥାଇଲାଣ୍ଡର ଏହି ଟୁର୍ ପ୍ୟାକେଜରେ, ଆପଣଙ୍କୁ ଜଣକ ପାଇଁ ୫୭,୪୧୫ ଟଙ୍କା ଦେବାକୁ ପଡିବ | ଦୁଇଜଣ ଗଲେ ଆପଣଙ୍କୁ ୪୯୦୪୦ ଟଙ୍କା ଦେବାକୁ ପଡିବ |

ସମ୍ବନ୍ଧିତ ଖବର