ମୋଦିକେୟାର ପକ୍ଷରୁ ‘ଅତୁଟ ବନ୍ଧନ, ରିସ୍ତା ଦିଲ୍ କା’ ରୋଡ୍ ସୋ

ଭୁବନେଶ୍ୱର: ପ୍ରତ୍ୟକ୍ଷ ବିକ୍ରୟକାରୀ କମ୍ପାନି ମୋଦିକେୟାର ପକ୍ଷରୁ ଅତୁଟ ବନ୍ଧନ, ରିସ୍ତା ଦିଲ୍ କା’ରୋଡ୍ ସୋ ଆରମ୍ଭ ହୋଇଛି । ତାହାକୁ କମ୍ପାନିର ପ୍ରତିଷ୍ଠାତା ସମୀର ମୋଦୀଙ୍କ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।  ଚାରି ଦିନରେ ଏହି ଐତିହାସିକ ଯାତ୍ରା ଓଡ଼ିଶା ଓ ପଶ୍ଚିମବଙ୍ଗର ପ୍ରାୟ ୬୦୦ କିଲୋମିଟର ଓ ୧୦ଟି ସହର ଅତିକ୍ରମ କରିବ । ଡିରେକ୍ଟ ସେଲିଙ୍ଗ୍ ଶିଳ୍ପରେ ପ୍ରଥମ ଥର ପାଇଁ ଏହି ରୋଡ୍ ସୋ’ ୧୧,୦୦୦ରୁ ଅଧିକ ପରାମର୍ଶଦାତାଙ୍କୁ ଏକାଠି କରି ସଫଳତା, ସ୍ୱାଧୀନତା ଏବଂ ଅତୁଟ ବନ୍ଧନକୁ ପାଳନ କରିବା ପାଇଁ ମୋଦିକେୟାରର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ସମୀର ମୋଦୀଙ୍କ ନେତୃତ୍ୱରେ ଏହି ରୋଡ୍ ସୋ’ ଭୁବନେଶ୍ୱର, ଜାରକା, ଭଦ୍ରକ, ସୋର, ବାଲେଶ୍ୱର, ଜଳେଶ୍ୱର, କଂଟାଇ, ତମଲୁକ ଓ କୋଲାଘାଟ ସହର ପରିକ୍ରମା କରିବ ।

ସମ୍ବନ୍ଧିତ ଖବର