ଭୁବନେଶ୍ୱର: କ୍ୟୁଏସ୍‌ ବିଶ୍ୱବିଶ୍ୱବିଦ୍ୟାଳୟ ରୢାଙ୍କିଙ୍ଗ୍‌ ୨୦୨୬ ଆଜି ପ୍ରକାଶ ପାଇଛି। ଏଥିରେ କିଟ୍ ବିଶ୍ୱବିଦ୍ୟାଳୟ ଓଡ଼ିଶାରେ ଘରୋଇ ବିଶ୍ୱବିଦ୍ୟାଳୟ ମଧ୍ୟରେ ଶ୍ରେଷ୍ଠ ସ୍ଥାନରେ ରହିଛି। କ୍ୟୁଏସ୍‌ ବିଶ୍ୱବିଶ୍ୱବିଦ୍ୟାଳୟ ରୢାଙ୍କିଙ୍ଗ୍‌-୨୦୨୬ରେ ବିଶ୍ୱର ୧୫ ଶହରୁ ଅଧିକ ବିଶ୍ୱବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ। ସେଥିରୁ ଭାରତରେ କିଟ୍ ବିଶ୍ୱବିଦ୍ୟାଳୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ବେଳେ ଦକ୍ଷିଣ ଏସିଆରେ ୫୫ତମ ସ୍ଥାନ ହାସଲ କରିଛି। ସମଗ୍ର ଭାରତରେ ଘରୋଇ ବିଶ୍ୱବିଦ୍ୟାଳୟ ମଧ୍ୟରେ କିଟ୍ ୯ମ ସ୍ଥାନରେ ରହିଛି।

Advertisment

ଏହି ରୢାଙ୍କିଂ ଶୈକ୍ଷିକ ପ୍ରତିଷ୍ଠା, ନିଯୁକ୍ତିଦାତାଙ୍କ ପ୍ରତିଷ୍ଠା, ଅଧ୍ୟାପକ-ଛାତ୍ର ଅନୁପାତ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଅଧ୍ୟାପକଙ୍କ ପ୍ରଶଂସା, ଅନ୍ତର୍ଜାତୀୟ ଫାକଲ୍‌ଟି, ଅନ୍ତର୍ଜାତୀୟ ଛାତ୍ର, ଅନ୍ତର୍ଜାତୀୟ ଛାତ୍ର ବିବିଧତା, ଅନ୍ତର୍ଜାତୀୟ ଗବେଷଣା ନେଟ୍‌ୱର୍କ, ନିଯୁକ୍ତି ଫଳାଫଳ ଓ ସ୍ଥାୟିତ୍ୱ ଆଦି ମାନଦଣ୍ଡକୁ ଭିତ୍ତିକରି ପ୍ରଦାନ କରାଯାଇଛି। ଏ ନେଇ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କହିଛନ୍ତି, କିଟ୍ ବିଶ୍ୱବିଦ୍ୟାଳୟ ପ୍ରଥମଥର ପାଇଁ କ୍ୟୁଏସ୍‌ ବିଶ୍ବ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ୍‌ରେ ଅଂଶଗ୍ରହଣ କରି ଏଭଳି ସଫଳତା ପାଇଛି। କ୍ୟୁଏସ୍‍ ବିଶ୍ୱ ବିଶ୍ୱବିଦ୍ୟାଳୟ ରୢାଙ୍କିଙ୍ଗ୍‌ କିଟ୍‌ର ନିରନ୍ତର ପ୍ରୟାସର ପ୍ରତିଫଳନ। କିଟ୍ ବିଶ୍ୱବିଦ୍ୟାଳୟ ମାତ୍ର ୨୧ ବର୍ଷର ବିଶ୍ୱବିଦ୍ୟାଳୟ ହୋଇଥିବା ବେଳେ ଏହା ଅନେକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ସହ ସମକକ୍ଷ ହୋଇପାରିଛି । ଏହି ସଫଳତା ପାଇଁ ଡ. ସାମନ୍ତ କିଟ୍‌ର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।