ଷ୍ଟେଟ୍‌ ବ୍ୟାଙ୍କ ନିଯୁକ୍ତ କରିବ ୨୦୫୬ ପିଓ, ୨୫ ପର୍ଯ୍ୟନ୍ତ ପଞ୍ଜୀକରଣ

ନଭେମ୍ବରୁ ଜାନୁଆରି ଭିତରେ ପରୀକ୍ଷା, ୨୦୨୨ ମାର୍ଚ୍ଚ ସୁଦ୍ଧା ଚୂଡ଼ାନ୍ତ ଫଳ

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ୨୦୦୦ ପ୍ରୋବେସନାରି ଅଫିସର (ପିଓ)ଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। ଏଥିପାଇଁ ଆଗ୍ରହୀ ପ୍ରାର୍ଥୀଙ୍କ ଠାରୁ ଆବେଦନ ଆହ୍ବାନ କରାଯାଇଛି। ଏଥିପାଇଁ ପଞ୍ଜୀକରଣ ଚଳିତ ମାସ ୫ରୁ ଆରମ୍ଭ ହୋଇଥିବା ବେଳେ ତାହା ୨୫ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ରହିବ। sbi.co.inରେ ପ୍ରାର୍ଥୀମାନେ ପଞ୍ଜୀକରଣ କରିପାରିବେ। ନିଯୁକ୍ତି ବିଜ୍ଞପ୍ତି ଅନୁଯାୟୀ ମୋଟ ୨୦୫୬ ପିଓଙ୍କୁ ନିଯୁକ୍ତି ଦିଆଯିବ। ସାଧାରଣ ବର୍ଗରେ ୮୧୦, ଏସ୍‌ସିରେ ୩୨୪, ଏସ୍‌ଟିରେ ୧୬୨, ଅନ୍ୟାନ୍ୟ ପଛୁଆ ବର୍ଗରେ ୫୬୦ ଓ ସାମାଜିକ ଓ ଅର୍ଥନ‌ୈତିକ ଦୃଷ୍ଟିରୁ ପଛୁଆ ବର୍ଗରେ ୨୦୦ ନିଯୁକ୍ତି ପ୍ରଦାନ କରାଯିବ।

ପିଓ ନିଯୁକ୍ତି ପାଇଁ ପ୍ରାଥମିକ ପରୀକ୍ଷା, ମୁଖ୍ୟ ପରୀକ୍ଷା ଏବଂ ସାକ୍ଷାତକାର ଆୟୋଜନ କରାଯିବ। ୨୦୨୨ ଫେବ୍ରୁଆରି/ମାର୍ଚ୍ଚରେ ପରୀକ୍ଷା ଫଳ ପ୍ରକାଶ ପାଇବ। ସାଧାରଣ, ଇଡବ୍ଲୁଏସ୍‌ ଓ ଓବିସି ପ୍ରାର୍ଥୀଙ୍କ ପାଇଁ ୭୫୦ ଟଙ୍କାର ଆବେଦନ ଫି’ ଧାର୍ଯ୍ୟ କରାଯାଇଥିବା ବେଳେ ଏସ୍‌ଟି, ଏସ୍‌ସି ଓ ପିଡବ୍ଲୁଡି ପ୍ରାର୍ଥୀଙ୍କୁ କୌଣସି ଫି’ ଦେବାକୁ ପଡ଼ିବ ନାହିଁ। ୨୦୨୧ ଏପ୍ରିଲ୍‌ ୧ ସୁଦ୍ଧା ୩୦ ବର୍ଷରୁ କମ୍ ବୟସ ହୋଇଥିବା ପ୍ରାର୍ଥୀମାନେ ପିଓ ପରୀକ୍ଷା ଲାଗି ଆବେଦନ କରିପାରିବେ। କେତେକ ନିର୍ଦିଷ୍ଟ ବର୍ଗ ପାଇଁ ବୟସ ସୀମା କୋହଳ ରହିଛି। ଆବେଦନ ଲାଗି ଶିକ୍ଷାଗତ ଯୋଗ୍ୟତା ହେଉଛି ପ୍ରାର୍ଥୀ ‌ଯେକୌଣସି ବିଶ୍ବବିଦ୍ୟାଳୟରୁ ସ୍ନାତକ ପାସ୍‌ କରିଥିବା ଦରକାର।

ସମ୍ବନ୍ଧିତ ଖବର