ଜର୍ମାନୀରେ ବିଶ୍ବର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍‌

ନୂଆଦିଲ୍ଲୀ: ସବୁଜ ଶକ୍ତି ଗ୍ରହଣୀୟତାରେ ବଡ଼ ସଫଳତା ହାସଲ କରିଛି ଜର୍ମାନୀ। ଏହା ବିଶ୍ବର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍‌କୁ ପ୍ରଦର୍ଶିତ କରିଛି। ଆଲ୍‌ଷ୍ଟୋମ୍‌ ନାମକ ସଂସ୍ଥା ଏହି ‌ଟ୍ରେନ୍‌ ବିକଶିତ କରିଛି। ଜର୍ମାନୀରେ ପାଞ୍ଚଟି ଟ୍ରେନ୍‌ର ଚଳାଚଳ ଆରମ୍ଭ ହୋଇଛି। ଡିଜେଲ ଇଞ୍ଜିନରେ ଚାଲୁଥିବା ଟ୍ରେନ୍‌ ବଦଳରେ ତାହାକୁ ବ୍ୟବହାର କରାଯିବ। ଏକ କେଜି ହାଇଡ୍ରୋଜେନ୍ ସାଢ଼େ ଚାରି କେଜି ଡିଜେଲ୍ ସହ ସମାନ। ଚାରିଟି ସହରରେ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍‌ର ଚଳାଚଳ ଆରମ୍ଭ ହୋଇଛି। ଏହି ଟ୍ରେନ୍‌ଗୁଡ଼ିକ କୌଣସି ପ୍ରଦୂଷଣ କରୁନଥିବା ବେଳେ ତାହାର ଶବ୍ଦ ପ୍ରଦୂଷଣ ମଧ୍ୟ ନଗଣ୍ୟ ସ୍ତରରେ ରହିଛି। ଏଥିରୁ କେବଳ ବାମ୍ଫ ଓ ଉତ୍ତପ୍ତ ଜଳକଣା ବାହାରୁଛି। ଥରେ ଟାଙ୍କି ଫୁଲ୍‌ କଲେ ଟ୍ରେନ୍‌ଟି ଦିନ ସାରା ଚାଲିପାରିବ। ଏହି ଟ୍ରେନ୍‌ଗୁଡ଼ିକ ଘଣ୍ଟା ପିଛା ୧୪୦ କିମି ବେଗରେ ଗତି କରୁଛି।

ସମ୍ବନ୍ଧିତ ଖବର