ଆଫଗାନିସ୍ତାନ: ବନ୍ୟାରେ ୨୦୦ ମୃତ

କାବୁଲ୍‌ : ଗତ ଏକ ମାସ ଧରି ଆଫଗାନିସ୍ତାନରେ ଲାଗିରହିଥିବା ପ୍ରଳୟଙ୍କରୀ ବନ୍ୟାରେ ଏପର୍ଯ୍ୟନ୍ତ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଅନେକ ନିଖୋଜ ଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ଦେଶର ୧୩ଟି ପ୍ରଦେଶ ବନ୍ୟା ତଥା ପ୍ରବଳ ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି। ୩ ହଜାରରୁ ଅଧିକ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ହଜାର ହାଜାର ଏକର ଜମି ନଷ୍ଟ ହୋଇଥିବା ତାଲିବାନର ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନ୍‌ଡିଏମ୍‌ଏ)ର ମୁଖପାତ୍ର ନାସିମ୍ ହକ୍କାନି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅଚାନକ ବନ୍ୟା, ବର୍ଷା ଏବଂ ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଇ ଗତି କରୁଥିବା ଆଫଗାନବାସୀ ଏବେ ଘୋର ଦୁର୍ଦ୍ଦିନରେ ଅଛନ୍ତି।

ସମ୍ବନ୍ଧିତ ଖବର