ଫିମ୍ପିଯୁକ୍ତ କ୍ୟାଡବରି ଡେରି ମିଲ୍କ ଚକଲେଟର ଫଟୋ ସେୟାର ପରେ କମ୍ପାନିର ପ୍ରତିକ୍ରିୟା

ନୂଆଦିଲ୍ଲୀ: ଚକଲେଟ ଖାଇବାକୁ ପ୍ରାୟତଃ ସମସ୍ତେ ପସନ୍ଦ କରିଥାଆନ୍ତି। ପିଲା ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ଚାହିଦାକୁ ଦେଖି ବଜାରରେ ବିଭିନ୍ନ ରକମର ଚକଲେଟ ବି ବିକ୍ରି ହେଲାଣି। ତେବେ ଚକଲେଟ କିଣିବା ସମୟରେ ହେଉ ଅବା ଖାଇବା ସମୟରେ ଏହାର ବ୍ୟବହାର ତାରିଖକୁ ନିଶ୍ଚୟ ତର୍ଯମା କରି ନେବା ଉଚିତ। କାରଣ ବ୍ୟବହାର ତାରିଖ ଚାଲିଯାଇଥିବା  ଚକଲେଟ ବି ବଜାର‌ରେ ବିକ୍ରି ହେଉଛି। ଯାହାକୁ ଖାଇବା ଦ୍ବାରା ପିଲାଙ୍କ ଜୀବନ ଚାଲି ଯାଇଥିବାର ଅନେକ ଘଟଣା ସାମ୍ନାକୁ ଆସିଛି।

ନିକଟରେ ନାମୀ କମ୍ପାନି କ୍ୟାଡବରି ଡେରି ମିଲ୍କ ଚକଲେଟରେ ପୋକ ବାହାରିଥିବାର ଜଣେ ଗ୍ରାହକ ଅଭିଯୋଗ କରିଥିବା ବେଳେ ଏହି ଚକ‌ଲେଟକୁ ନେଇ ହାଇଦ୍ରାବାଦର ଜଣେ ଗ୍ରାହକ ପୁଣିଥରେ ଅଭିଯୋଗ କରିଛନ୍ତି।

ଅଭିଯୋଗ କରିଥିବା ହାଇଦ୍ରାବାଦର ଗ୍ରାହକ ଫିମ୍ପି ଲାଗିଥିବା କ୍ୟାଡବରି ଡେରି ମିଲ୍କ ଚକଲେଟର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି “ଏହି ଡେରି ମିଲ୍କ ଚକଲେଟର ପ୍ରସ୍ତୁତି ଜାନୁୟାରୀ ୨୦୨୪ ତାରିଖ ରହିଛି। ଯେତେବେଳେ ମୁଁ ଏହି ଚକଲେଟକୁ ଖୋଲିଥିଲି ସେଥିରେ ଫିମ୍ପି ମାରି ଯାଇଥିବା ଦେଖିବାକୁ ପାଇଥିଲି।’

 

ଗ୍ରାହକଙ୍କ ଏହି ପୋଷ୍ଟ ଭାଇରାଲ ହେବାପରେ କ୍ୟାଡବରି ନିଜର ସଫେଇରେ କହିଛି, ‘ନମସ୍କାର ମୋଣ୍ଡେଲେଜ ଇଣ୍ଡିଆ ଫୁଡସ ପ୍ରାଇଭେଟ ଲିମିଟେଡ ସବୁବେଳେ ନିଜର ଉତ୍ପାଦନ ଉପରେ ଗୁରୁତ୍ବ ଦେଇଥାଏ। ଏଥିସହିତ ଗ୍ରାହକଙ୍କ ସ୍ବାସ୍ଥ୍ୟପକ୍ଷେ କ’ଣ ହିତ ହେବ ସେ ଦିଗରେ ଯ‌ଥେଷ୍ଟ ଧ୍ୟାନ ଦେଇଥାଏ। ଆପଣଙ୍କ ଏଭଳି ଖରାପ ଅନୁଭବ ପାଇଁ ଆମେ ଦୁଃଖୀତ।’’

ସମ୍ବନ୍ଧିତ ଖବର