ସ୍ତ୍ରୀର ମୃତ୍ୟୁ ପରେ ଶାଶୁଙ୍କ ପ୍ରେମରେ ପଡ଼ିଲା ଜ୍ବାଇଁ, ସମ୍ପର୍କ ସାମ୍ନାକୁ ଆସିବା ପରେ ହେଲା ବିବାହ

ପାଟନା: ସ୍ତ୍ରୀର ମୃତ୍ୟୁ ପରେ ଶାଶୁଙ୍କ ପ୍ରେମରେ ପଡ଼ିଲା ଜ୍ବାଇଁ। ସମ୍ପର୍କ ସାମ୍ନାକୁ ଆସିବା ପରେ ହେଲା ବିବାହ। ବିହାରର ହୀର୍ ମୋତି ଗାଁରେ ଘଟିଛି ଏଭଳି ଘଟଣା। ବିବାହ ପରେ ସିକନ୍ଦର ଯାଦବ(୪୫) ୨ଟି ସନ୍ତାନର ବାପା ହୋଇଥିଲେ। ପତ୍ନୀଙ୍କ ମୃତ୍ୟୁ ପରେ ସେ ଶଶୁର ଦିଲେଶ୍ବର ଦାର୍ଭ ଏବଂ ଶାଶୁ ଗୀତା ଦେବୀଙ୍କ ପାଖରେ ଆସି ରହିବା ଆରମ୍ଭ କରିଥିଲେ। ଏହି ସମୟରେ ଗୀତା ଓ ସିକନ୍ଦରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ହେଲେ ଧରାପଡ଼ିବା ପରେ ଏବେ ଦୁହିଁଙ୍କର ବିବାହ ହୋଇଥିବା ଜଣାପଡ଼ିଛି।

କୁହାଯାଉଛି ଯେ, କିଛି ମାସ ଲୁଚି ଲୁଚି ପ୍ରେମ ସମ୍ପର୍କ ରଖିବା ପରେ ଦିନେ ଦିଲେଶ୍ବରଙ୍କୁ ଏ ବିଷୟରେ ଜଣାପଡ଼ିଥିଲା। ସେ ଏହାର ସମାଧାନ ପାଇଁ ପଞ୍ଚାୟତ ଡାକିଥିଲେ। ପଞ୍ଚାୟତ ଆଗରେ ସିକନ୍ଦର, ଗୀତାଙ୍କୁ ଭଲପାଉଥିବା କଥା ସ୍ବୀକାର କରିବାରୁ ଦିଲେଶ୍ବର ଗୀତାଙ୍କ ବିବାହ ସିକନ୍ଦରଙ୍କ ସହ କରାଇବାକୁ ରାଜି ହୋଇଥିଲେ। ଏହା ପରେ ପଞ୍ଚାୟତ ଓ ଗାଁ ଲୋକଙ୍କ ଆଗରେ ସିକନ୍ଦର, ଗୀତାଙ୍କ ମଥାରେ ସିନ୍ଦୂର ଭରିଥିଲେ, ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର