ଖୁସି ଖବର: କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ସହିତ ଦୁଇ ଉପହାର ଦେବେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନ ଭୋଗୀଙ୍କ ପାଇଁ ଚଳିତ ୨୦୨୪ ବର୍ଷ ଆରମ୍ଭରେ ସରକାର ମହଙ୍ଗା ଭତ୍ତା(ଡିଏ)ରେ ୫୦ ପ୍ରତିଶତ ବୃଦ୍ଧି କରିଥିଲେ। ଏବେ ସରକାର ‌କର୍ମଚାରୀଙ୍କ ପାଇଁ ପୁଣି ଖୁସି ଖବର ଆଣିଛନ୍ତି। ସରକାର କେନ୍ଦ୍ରୀୟ କର୍ମଚାରୀଙ୍କୁ ଦୁଇଟି ଉପହାର ଦେବାକୁ ଯାଉଛନ୍ତି। ଏବେ ପିଲାମାନଙ୍କ ପାଠପଢ଼ା ଭତ୍ତା(ସିଇଏ) ଏବଂ ହଷ୍ଟେଲ୍ ସବସିଡି ଭଳି ଭତ୍ତାର ସୀମା ବୃଦ୍ଧି କରିବାକୁ ସରକାର ଯୋଜନା କରିଛନ୍ତି। ପିଲାଙ୍କ ଶିକ୍ଷା ଏବଂ ହଷ୍ଟେଲ ସବସିଡିରେ ୨୫ ପ୍ରତିଶତ ବୃଦ୍ଧି କରାଯିବ।

ଏସବୁ ଭତ୍ତା ବୃଦ୍ଧି ଖବର ମଧ୍ୟରେ ଅନେକ ଲୋକ ଏହି ବିଷୟରେ ଦ୍ୱନ୍ଦ୍ୱରେ ଅଛନ୍ତି ଏବଂ ସେମାନଙ୍କ ଦ୍ୱନ୍ଦ୍ୱ ଦୂର କରିବାକୁ କର୍ମଚାରୀ, ଜନ ଅଭିଯୋଗ ଏବଂ ପେନସନ୍ ବିଭାଗ କର୍ମଚାରୀ ଏବଂ ତାଲିମ ବିଭାଗ ସ୍ପଷ୍ଟୀକରଣ ଦେଇଛନ୍ତି।

କାର୍ମିକ ମନ୍ତ୍ରଣାଳୟ ଅନୁଯାୟୀ,୧୨ ମାର୍ଚ୍ଚ ୨୦୨୪ ରେ ଅର୍ଥ ମନ୍ତ୍ରଣାଳୟ କହିଛି ଯେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାର ୫୦ ପ୍ରତିଶତ ବୃଦ୍ଧି ଚଳିତ ବର୍ଷ ଜାନୁୟାରୀ ୧ ଠାରୁ କାର୍ଯ୍ୟକାରୀ ହେବ। ତେଣୁ ବିଭିନ୍ନ କ୍ଷେତ୍ରରୁ ଶିଶୁଙ୍କ ଶିକ୍ଷା ଭତ୍ତା (ସିଏଏ) ଏବଂ ହଷ୍ଟେଲ ସବସିଡି ବୃଦ୍ଧି ପାଇଁ ଜ୍ଞାନ ନିଆଯାଇଛି। ଶିଶୁ ଶିକ୍ଷା ଭତ୍ତା ପ୍ରତ୍ୟେକ ମାସରେ ୨,୮୧୨.୫ ଟଙ୍କା ଏବଂ ହଷ୍ଟେଲ ସବସିଡି ପ୍ରତ୍ୟେକ ମାସରେ ୮,୪୩୭.୫ଟଙ୍କା ହେବ ।

ଏଥିରେ କୁହାଯାଇଛି ସରକାରୀ କର୍ମଚାରୀଙ୍କ ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ ଶିଶୁ ଶିକ୍ଷା ଭତ୍ତାର ଅର୍ଥ ସାଧାରଣ ହାରର ଦୁଇଗୁଣ ଅର୍ଥାତ୍ ପ୍ରକୃତ ଖର୍ଚ୍ଚ ନିର୍ବିଶେଷରେ ମାସକୁ ୫୬୨୫ ଟଙ୍କା ପ୍ରଦାନ କରାଯିବ। ଭିନ୍ନକ୍ଷମ ମହିଳାଙ୍କ ଶିଶୁ ଯତ୍ନ ସହ ଜଡିତ ବିଶେଷ ଭତ୍ତାର ହାର କାର୍ଯ୍ୟାଳୟ ସ୍ମାରକପତ୍ରରେ ଲିଖିତ ଅବଶିଷ୍ଟ ସର୍ତ୍ତ ଅନୁଯାୟୀ ମାସକୁ ୩୭୫୦ଟଙ୍କାକୁ ସଂଶୋଧିତ କରାଯାଇଛି। ଏହି ସମସ୍ତ ସଂଶୋଧନ୧ ଜାନୁଆରୀ ୨୦୨୪ଠାରୁ ପ୍ରଯୁଜ୍ୟ, ୪%ଡିଏ ବୃଦ୍ଧି ସହିତ ଏହା କାର୍ଯ୍ୟକାରୀ ହେବ।

ସମ୍ବନ୍ଧିତ ଖବର