ଇଂରାଜୀରେ ଲେଖାଥିବା କୋର୍ଟଙ୍କ ଆଦେଶକୁ ବୁଝି ପାରିଲା ନାହିଁ ପୁଲିସ, ବିନା ଦୋଷରେ ଯୁବକଙ୍କୁ ଗୋଟିଏ ରାତି ଥାନାରେ ରହିବାକୁ ପଡ଼ିଲା

ଜହାନାବାଦ : ବିହାର ପୁଲିସ୍‌ ଇଂରାଜୀରେ ଲେଖାଥିବା କୋର୍ଟର ଆଦେଶକୁ ଗିରଫ ୱାରେଣ୍ଟ ଭାବି ନେଇଥିବାର ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଜହାନାବାଦ ଜିଲ୍ଲାରେ ପୁଲିସ୍‌ ଜଣେ ନିର୍ଦ୍ଦୋଷୀକୁ କେବଳ ଗିରଫ କରିନି ବରଂ ତାକୁ କୋର୍ଟ ପର୍ଯ୍ୟନ୍ତ ପହଂଚାଇ ଦେଇଛି ।

ଜିଲ୍ଲାର ମଖଦୁମପୁର ବଜାରରେ ରହୁଥିବା ବ୍ୟବସାୟୀ ନୀରଜ କୁମାରଙ୍କୁ ପୁଲିସର ଇଂରାଜୀରେ ଅଜ୍ଞାନତା କାରଣରୁ ଗୋଟିଏ ରାତି ଥାନାରେ ରହିବାକୁ ପଡିଛି । ପୀଡିତଙ୍କ କହିବାନୁସାରେ, ଗୋଟିଏ ରାତି ଥାନାରେ କାଟିବା ପରେ ସକାଳେ ହାତରେ ହାତକଡି ଲଗାଇ ପଟନାସ୍ଥିତ ଫ୍ୟାମିଲି କୋର୍ଟରେ ହାଜର ହେବାକୁ ପଡିଥିଲା।

ନୀରଜ କୁମାର ଜଣାଇଲେ କି, ତାଙ୍କର ନିଜ ପତ୍ନୀ ସହିତ ଗତ ୬ବର୍ଷ ଧରି ବିବାଦ ଚାଲି ଆସିଥିଲା। ସେହି ଜୀବନଯାପନ ଭତ୍ତା ପାଇଁ କୋର୍ଟରୁ ତାଙ୍କର ସଂପତ୍ତି ବିବରଣୀ ପାଇଁ ସ୍ଥାନୀୟ ଥାନାରେ ୱାରେଣ୍ଟ ଆସିଥିଲା, ଯାହାକୁ ସେଠାକାର ଅଧିକାରୀ ଓ ପୁଲିସ୍‌କର୍ମୀ ଗିରଫ ୱାରେଣ୍ଟ ଭାବି ୨୫ ନଭେମ୍ବରକୁ ଦୋକାନକୁ ଆସି ଗିରଫ କରିନେଇଥିଲା।

ଏହି ସଂପର୍କରେ ପୁଲିସ୍‌ ଅଧିକାରୀ ଏଏସପି ପଙ୍କଜ କୁମାର କହିଲେ କି, ଗିରଫ ଯୁବକଙ୍କ ସଂପତ୍ତି ଯାଂଚ କରିବାର ୱାରେଣ୍ଟି ଆସିଥିଲା । କିନ୍ତୁ ତାଙ୍କର ଗିରଫ କେମିତି ହେଲା ତାହା ଯାଞ୍ଚର ବିଷୟ ଏବଂ ଅତି ଶୀଘ୍ର ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସମ୍ବନ୍ଧିତ ଖବର