ଯୋଗ ସୂୂତ୍ର: ଏକାଗ୍ରତା ବଢ଼ାଇବା ପାଇଁ ଯୋଗାସନ

ଏକାଗ୍ରତା ଓ ସ୍ମରଣଶକ୍ତି ବୃଦ୍ଧି କରିବା ପାଇଁ ଉତ୍‌ଥିତ ହସ୍ତ ପାଦାଙ୍ଗୁଷ୍ଠାସନ ଆସନ ଫଳପ୍ରଦ ହୋଇଥାଏ। ଏହାଦ୍ବାରା ମାଂସପେଶୀୟ ଓ ସ୍ନାୟବିକ ସନ୍ତୁଳନରେ ସମନ୍ବୟ ଆସେ। ନିତମ୍ବ ଓ ଗୋଡ଼ ମାଂସପେଶୀ ମଜଭୁତ ଏବଂ କାର୍ଯ୍ୟକ୍ଷମ ହୁଏ ବୋଲି ଯୋଗଗୁରୁ ଗଣେଶ୍ବର ଗୋଚ୍ଛିକାର କହନ୍ତି। ଏହି ଆସନ କରିବାକୁ ହେଲେ ପ୍ରଥମେ…

ପାଦ ଏକାଠି ରଖି ସିଧା ଠିଆ ହୁଅନ୍ତୁ
ଆଖି ସମାନ ଉଚ୍ଚରେ ଥିବା ଏକ ସ୍ଥିର ବିନ୍ଦୁରେ ଦୃଷ୍ଟି ନିବଦ୍ଧ କରନ୍ତୁ
ଡାହାଣ ଆଣ୍ଠୁ ଭାଙ୍ଗି ଜଙ୍ଘକୁ ଛାତିର ଯେତେ ନିକଟକୁ ପାରୁଛନ୍ତି ଆଣନ୍ତୁ
ଡାହାଣ ହାତକୁ ବାଙ୍କିଥିବା ଗୋଡ଼ ବାହାରକୁ ରଖି ପାଦ ବୁଢ଼ା ଆଙ୍ଗୁଳିକୁ ଧରନ୍ତୁ
ଡାହାଣ ଗୋଡ଼ ସିଧା କରନ୍ତୁ ଏବଂ ଧୀରେ ଦେହ ନିକଟକୁ ଆଣନ୍ତୁ
ଭାରସାମ୍ୟ ପାଇଁ ବାମହାତ କଡ଼କୁ ଉଠାନ୍ତୁ ଏବଂ ଚିନ୍‌ ମୁଦ୍ରା ବା ଜ୍ଞାନ ମୁଦ୍ରା କରନ୍ତୁ
ଶେଷ ସ୍ଥିତିକୁ ଯେତେ ସମୟ ସମ୍ଭବ ଧରି ରଖନ୍ତୁ
ଆଣ୍ଠୁ ବାଙ୍କ, ବୁଢ଼ା ଆଙ୍ଗୁଳି ଛାଡ଼ିଦିଅନ୍ତୁ ଏବଂ ଧୀରେ ପାଦ ଭୂଇଁକୁ ଆଣନ୍ତୁ
ବିପରୀତ ଗୋଡ଼ରେ ଅଭ୍ୟାସର ପୁନରାବୃତ୍ତି କରନ୍ତୁ

ସତର୍କତା: ଆଖି ଉଚ୍ଚରେ ଥିବା ଏକ ବିନ୍ଦୁରେ ଦୃଷ୍ଟି ଓ ଭାରସାମ୍ୟ ରଖିବାରେ ଲକ୍ଷ୍ୟ ରହିବା ଦରକାର। ଗୋଡ଼ ମାଂସପେଶୀକୁ କଷ୍ଟ ଦିଅନ୍ତୁ ନାହିଁ। ସାଇଟିକା, ନିତମ୍ବ ବା ଆଣ୍ଠୁ ଗଣ୍ଠି ସମସ୍ୟା ଥିଲେ ଏହି ଆସନ କରିବେ ନାହିଁ।

ସମ୍ବନ୍ଧିତ ଖବର