ମା’କୁ ୧୧୮ଥର ଛୁରୀ ଭୁସି ହତ୍ୟା କରିବା ପରେ ନାବାଳକ ପୁଲିସକୁ ଫୋନ୍ କରି କହିଲା, ଏକ ବଡ଼ ବ୍ୟାଗ ନେଇ ଆସିବ

ନୂଆଦିଲ୍ଲୀ: ଘରୋଇ ସ୍କୁଲରେ ପାଠପଢ଼ୁଥିବା ଜଣେ ନାବାଳକ ପୁଅ ତାର ମା’କୁ ଛୁରୀ ଭୁସି ହତ୍ୟା କରିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କେବଳ ଏତିକି ନୁହେଁ, ମା’କୁ ହତ୍ୟା କରିବା ପରେ ପୁଅ ପୁଲିସକୁ ଫୋନ କରି ଏକ ବଡ଼ ବ୍ୟାଗ ନେଇ ଆସିବାକୁ କହିଥିବା ବି ଜଣାପଡ଼ିଛି।

ଏଭଳି ଏକ ଲୋମଟାଙ୍କୁରା ଘଟଣା ଇଂଲଣ୍ଡର ହାମ୍ପସାୟରରେ ଘଟିଥିବା ଜଣାପଡ଼ିଛି। ମା’ ପ୍ରାତଃ ଭ୍ରମଣ ସାରି ଘରକୁ ଫେରିଥିଲେ। ଏହି ସମୟରେ ପୁଅ ରେବନ ଥମ୍ପସନ ମା’ ଜୋଆନା ଥମ୍ପସନଙ୍କ ଉପରକୁ ଆକ୍ରମଣ କରିଥିଲା। ଏହି ଘଟଣା ପରେ ରେବନଙ୍କୁ ଜେଲ ହୋଇଯାଇଥିଲା। ଜେଲରେ ତିନିମାସ ରହିଥିବା ବେଳେ ତାର ମୃତ୍ୟୁ ହୋଇଯାଇଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଜୋଆନାଙ୍କୁ ପ୍ରଥମେ ଗଳା ଚିପି ପୁଅ ଅଚେତ କରି ଦେଇଥିଲା। ଏହାପରେ ମା’ଙ୍କ ଶରୀରକୁ ୧୧୮ଥର ଛୁରୀରେ ଆକ୍ରମଣ କରିଥିଲା। ଏହି ଘଟଣା ଗତ ବର୍ଷ ଜୁଲାଇରେ ଘଟିଥିବା ବେଳେ ଚଳିତ ସପ୍ତାହରେ ଶୁଣାଣି ସମୟରେ ଘଟଣା ସହିତ ଜଡ଼ିତ ସୂଚନାକୁ ସାର୍ବଜନୀନ କରାଯାଇଥିଲା।

I've just killed my mum - Boy stabbed mum 118 times, calls Police

ଶୁଣାଣି ସମୟରେ ଏହା ମଧ୍ୟ ଜାଣିବାକୁ ମିଳିଥିଲା କି ରୋବନ ବାପାଙ୍କ ସହ ଅନ୍ୟ ଏକ ସ୍ଥାନରେ ବସବାସ କରେ । ସେ ମା’କୁ ‌ଭେଟିବାକୁ ଆସି ଏଭଳି କାଣ୍ଡ ଘଟାଇଥିଲା। ମା’ଙ୍କ ହତ୍ୟା ପରେ ରୋବନ ପୂରାପୂରି ଶାନ୍ତ ଓ ସ୍ବାଭାବିକ ସ୍ବରରେ ପୁଲିସକୁ ଫୋନ କରି କହିଥିଲା, ‘‘ମୁଁ ଏବେ ଏବେ ମୋର ମା’ଙ୍କୁ ହତ୍ୟା କରିଛି। ପ୍ରଥମେ ତାଙ୍କ ଗଳା ଚିପି ଅଚେତ କରିବା ପରେ ଅନେକଥର ତାଙ୍କୁ ଛୁରାମାଡ଼ ବି କରିଛି। ଆସିଲା ବେଳେ ସାଥୀରେ ଏକ ବଡ଼ ବ୍ୟାଗ ନେଇ ଆସିବ।’’

ରୋବନଙ୍କୁ ଗିରଫ କରିଥିବା ପୁଲିସ ଅଧିକାରୀ ଜଣଙ୍କ କହିବାନୁସାରେ, ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ବାଳକଟି ସମ୍ପୂର୍ଣ୍ଣ ଶାନ୍ତ ଥିଲା ଭଳି ଲାଗୁଥିଲା । ସେ ମା’ଙ୍କ ଅପେକ୍ଷା ନିଜ ବିଲେଇକୁ ନେଇ ଅଧିକ ଚିନ୍ତାରେ ଥିଲା।

ଅନୁସନ୍ଧାନ ବେଳେ ଏହା ମଧ୍ୟ ଜଣାପଡିଛି କି ରୋବନର ମାନସିକ ସମସ୍ୟା ଥିବା ହେତୁ ତାକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଘଟଣାର ପୂର୍ବ ରାତିରେ ମାଆଙ୍କ ସହ ତାର ଯୁକ୍ତିତର୍କ ହୋଇଥିବ ବି ଜଣାପଡ଼ିଛି।

ସମ୍ବନ୍ଧିତ ଖବର