ଫୁଟପାଥ ଉପରେ ମିଳିଲା ମହିଳାଙ୍କ ଜଳନ୍ତା ଶବ

ନୂଆଦଲ୍ଲୀ: ଇରବିନ୍‌ କଲେରି ବାହାରରେ ଫୁଟ୍‌ ପାଥ୍‌ ଉପରେ ଜଣେ ମହିଳାଙ୍କର ଶବ ମିଳିଲା। କୁହାଯାଉଛିି ଯେ, ସେହି ଶବଟି ଜଣେ ମହିଳାଙ୍କର। ତେବେ ଏଯାଏଁ ସେହି ମହିଳାଙ୍କର ଚିହ୍ନଟ ହୋଇ ନାହଁ। ପୁଲିସର ସୂଚନା ଅନୁଯାୟୀ ମହିଳା ଜଣକ ବେସାହାରା ଥିଲେ। ସେ ଏଣେ ତେଣେ ବୁଲି ବୁଲି ଲୋକଙ୍କଠାରୁ ପଇସା ମାଗି ଚଳେ। ସେ ଭୋକରେ ମରି ନାହିଁ,କାରଣ ଯେଉଁ ସ୍ଥାନରୁ ମହିଳାଙ୍କର ଶବ ଜବତ ହୋଇଛି,ସେଠାରେ କିଛି ରୁଟି ମିଳିଥିଲା।

ନୂଆଦିଲ୍ଲୀର ଜିଲ୍ଲା ଡିଏସ୍‌ପି ମଧୁର ବର୍ମା କହିଛନ୍ତି ଯେ, ମହିଳାଙ୍କ ଶବ ଆର୍‌ ଏମ୍‌ ଏଲ୍‌ ହସ୍ପିଟାଲର ମୋଟେରିରେ ରଖାଯାଇଥିଲା। ତା’କୁ କେହି ଜାଳି ଦେଇଥିଲେ।ରାତି ପ୍ରାୟ ଦୁଇଟା ବେଳେ କେହି ଜଣେ ଏ ସଂପର୍କରେ ପିସିଆର୍‌ କୁ ଫୋନ୍‌ କରି ସୂଚନା ଦେଲେ,ତା’ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି,ମହିଳାଙ୍କୁ ହସ୍ପିଟାଲକୁ ନେଇଥିଲେ। ଯେଉଁଠାରେ ତାଙ୍କୁ ମୃତ ବୋଲି ଘୋଷଣା କରାଯାଇଥିଲା। ପୁଲିସ ଏହି ମାମଲାର ତଦନ୍ତ କରୁଥିବା ଜଣାଯାଇଛି। ଖୁବ୍‌ ଶୀଘ୍ର ଏହାର ପର୍ଦାଫାସ ହେବ ବୋଲି ପୁଲିସ୍‌ କହିଛି।

ସମ୍ବନ୍ଧିତ ଖବର