ବିମାନବନ୍ଦରରୁ ଚୋରି ହେଲା ଜିଲ୍ଲାପାଳ ସ୍ତ୍ରୀଙ୍କ ମୂଲ୍ୟବାନ ସାମଗ୍ରୀ ଭର୍ତ୍ତି ବ୍ୟାଗ

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ଇନ୍ଦିରାଗାନ୍ଧି ବିମାନବନ୍ଦରରୁ ଚୋରିର ଏକ ଘଟଣା ସାମ୍ନାକୁ ଆସିଛି।  ବିମାନବନ୍ଦରରୁ ମୁରାଦାବାଦର ଜିଲ୍ଲାପାଳ ମାନବେନ୍ଦ୍ର ସିଂହଙ୍କ ସ୍ତ୍ରୀ ମଞ୍ଜୁ ସିଂହଙ୍କ ମୂଲ୍ୟବାନ ସାମଗ୍ରୀ ଭର୍ତ୍ତି ବ୍ୟାଗ କେଉଁଆଡେ ଉଭେଇଯାଇଥିବା ଜଣାପଡ଼ିଛି।

ଏହି ଚୋରି ଘଟଣାକୁ ନେଇ ଜିଲ୍ଲାପାଳଙ୍କ ସ୍ତ୍ରୀ ମଞ୍ଜୁ ସିଂହ କହିଛନ୍ତି,‘ଇନ୍ଦିରାଗାନ୍ଧି ବିମାନବନ୍ଦରରୁ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରିବା ପାଇଁ ମୁଁ ଏୟାର ଇଣ୍ଡିଆ ବିମାନରେ ବସିଥିଲି।

ଗେଟରେ ଯାଞ୍ଚ ସମୟରେ ଜଣେ କ‌ର୍ମଚାରୀ ମୋ ଠାରୁ ବ୍ୟାଗ ନେଇ ଏକ ରସିଦ ଧରାଇ  ଦେଇଥିଲେ। ଆଉ କହିଥିଲେ ହାଇଦ୍ରାବାଦ ପହଞ୍ଚିବା ପରେ ବ୍ୟାଗ ମିଳିଯିବ। ମୁଁ ବି ତାଙ୍କ କଥାକୁ ବିଶ୍ବାସ କରିଯାଇଥିଲି। କିନ୍ତୁ ମୁଁ ମୋ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ସତ୍ତ୍ବେ  ବ୍ୟାଗ ମିଳି ନଥିଲା। ଅନେକ ଖୋଜ‌ାଖୋଜି ପରେ ବ୍ୟାଗ ନପାଇବାରୁ ଶେଷରେ ମୁଁ ଏନେଇ ମୁଁ ସିଭିଲ ଲାଇନ ଥାନାରେ ଏୟାର ଇଣ୍ଡିଆ କମ୍ପାନି ଓ ବିମାନବନ୍ଦର କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ଘଟଣା ମୋତେ କଷ୍ଟ ଦେଇଛି। ଏମିତି ଘଟଣା ଆଗକୁ ଯେମିତି କୌଣସି ଯାତ୍ରୀଙ୍କ ସହ ନଘଟୁ ସେଥିପାଇଁ ବିମାନ କର୍ତ୍ତୁପକ୍ଷଙ୍କୁ ମୋର ଅନୁରୋଧ।

ମଞ୍ଜୁ ସିଂହଙ୍କ ଅଭିଯୋଗକୁ ନେଇ ସିଭିଲ ଲାଇନ୍ସର ସିଓ ଅର୍ପିତ କପୁର କହିଛନ୍ତି, ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି। ଯାଞ୍ଚ ପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି। ଏହି ଟିମ ବିମାନବନ୍ଦରରେ ପହଞ୍ଚି ଯାଞ୍ଚ କରିବ।’

ସମ୍ବନ୍ଧିତ ଖବର