୧୬ ବର୍ଷର ଝିଅ ସହିତ ଦୁଷ୍କର୍ମ କରୁଥିଲା ପିତା, ଅନ୍ତସତ୍ତ୍ୱା ହେବାରୁ ଖୁଆଇଲା କୀଟନାଶକ ଔଷଧ

ଜୟପୁର: ରାଜସ୍ଥାନର ବରାଲ ଗ୍ରାମରେ ପିତା ଦ୍ୱାରା ୧୬ବର୍ଷର ଝିଅ ଦୁଷ୍କର୍ମ ଶିକାର ହୋଇ ଅନ୍ତସତ୍ତ୍ୱା ହୋଇଥିଲା। ଏହି ଅନ୍ତସତ୍ତ୍ୱା କଥା ବାପା ଜାଣିବା ପରେ କୀଟନାଶକ ଔଷଧ ଦେଇ ଝିଅକୁ ହତ୍ୟା କରି ଦେବାର ଏକ ଅମାନୁଷିକ ଘଟଣା ସାମ୍ନାକୁ ଆସିଛି।

କେବଳ ଏତିକି ନୁହେଁ, ବଡ଼ ଝିଅ ପରେ ନିଜ ସାନ ଝିଅକୁ ବି ଜାଲରେ ଫସାଇବାକୁ ଚେଷ୍ଟା କରିଥିଲା ବାପା। ଏନେଇ ଅଭିଯୁକ୍ତର ସାନ ଝିଅ ପୁଲିସରେ ଅଭିଯୋଗ କରି ଦେଇଥିଲା। ସାନ ଝିଅ ନିଜ ମାମୁ ଓ ଅଜାଙ୍କ ସହିତ ଥାନାରେ ପହଞ୍ଚିଥିଲା। ସେ ଥାନାରେ ପହଞ୍ଚି ଅଭିଯୋଗ କରିଥିଲା କି,ବାପା ସବୁବେଳେ ଘରକୁ ମଦ ପିଇ ଆସିଥାଆନ୍ତି। ମା’ ବାରଣ କରିବାରୁ ତାକୁ ବି ମାରପିଟ କରିବା ଆରମ୍ଭ କରି ଦେଇଥାଆନ୍ତି। ଏମିତିକି ବାପାଙ୍କ ପଡିଶା ଘରର ଜଣେ ମହିଳାଙ୍କ ସହିତ ବି ସମ୍ପର୍କ ଥିଲା। ମୋର ବଡ଼ ଭଉଣୀକୁ ଅନେକ ଦିନ ହେବ ଦୁଷ୍କର୍ମ କରି ଆସୁଥିଲେ। ଭଉଣୀ ଅନ୍ତସତ୍ତ୍ୱା ହେବା ଜାଣିବା ପରେ ତାକୁ କୀଟନାଶକ ଔଷଧ ପିଆଇ ଦେଇଥିଲେ। ଏହାର କିଛିଦିନ ପରେ ଭଉଣୀର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଡାକ୍ତରଖାନା ନେଇଥିଲେ ହେଁ ସେଠାରେ ଡାକ୍ତର ତାକୁ ମୃତ ବୋଲି ଘୋଷଣା କରିଥିଲେ। ବାପା କାହାରିକୁ କିଛି ନଜଣାଇ ମୋର ବଡ଼ ଭଉଣୀର ଶବ ସଂସ୍କାର କରି ଦେଇଥିଲେ।

ଏହି ମାମଲାରେ ପୁଲିସ ଦୁଷ୍କର୍ମକାରୀ ପିତାକୁ ଗିରଫ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର