ବିଏମ୍‌ସି ହସ୍ପିଟାଲରେ ଲାଗାତାର ଚୋରି

ପୁରୁଣା ଭୁବନେଶ୍ୱର : ବିଏମ୍‌ସି ହସ୍ପିଟାଲରେ ଏବେ ଲଗାତାର ଚୋରି ବୃଦ୍ଧି ପାଉଛି। ଦୁଇ ଦିନ ତଳେ ଧାରଣା ଦେଇଥିବା ଯୁବକଙ୍କ ମୋବାଇଲ୍‌ ଚୋରି ହୋଇଥିବା ବେଳେ ଗତକାଲି ଜଣେ ରୋଗୀଙ୍କ ସମ୍ପର୍କୀୟ ଯୁବତୀଙ୍କ ମୋବାଇଲ ମଧ୍ୟ ଚୋରି ହୋଇ ଯାଇଛି। ଏନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଗ୍ୟାରେଜ୍‌ ଛକ ନିକଟ ସଂଗ୍ରାମ ସାହୁ ଧାରଣାରେ ବସି ବସି ଶୋଇ ପଡ଼ିଥିବା ବେଳେ ତାଙ୍କ ଦାମୀ ମୋବାଇଲ୍‌କୁ କେହି ଚୋରି କରିନେଇଥିଲା। ସେହିପରି କଣାସ ଅଞ୍ଚଳର ଗାୟତ୍ରୀ ସାମନ୍ତରାୟଙ୍କ ମୋବାଇଲକୁ କେହି ଗତକାଲି ରାତିରେ ଚୋରି କରି ନେଇଥିଲା।

ସମ୍ବନ୍ଧିତ ଖବର