ଚରିତ୍ରକୁ ସନ୍ଦେହ କରି ପତ୍ନୀଙ୍କୁ ଆକ୍ରମଣ

ଭୁବନେଶ୍ୱର : ହାତ ଧରି ବିବାହ କରିଥିଲା। କିନ୍ତୁ ପତ୍ନୀର ଚରିତ୍ରକୁ ନେଇ କରୁଥିଲା ସନ୍ଦେହ।  ଏମିତି ଏକ ଘଟଣା ଘଟିଛି ସହିଦନଗର ଥାନା ଅଧୀନ ଭିଏସ୍‌ଏସ୍‌ନଗର ହନୁମାନ ବସ୍ତିରେ। ଏ ନେଇ ସଂପୃକ୍ତ ମହିଳା ଝରଣା ସ୍ୱାଇଁ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଝରଣାଙ୍କ ରମେଶଙ୍କ ବିବାହ ୬ ବର୍ଷ ତଳେ ହୋଇଥିଲା। କିନ୍ତୁ ବିବାହ ପରଠାରୁ ରମେଶ ପତ୍ନୀଙ୍କ ଚରିତ୍ରକୁ ନେଇ ସନ୍ଦେହ କରୁଥିଲେ। ଏଥିପାଇଁ ରମେଶ ବିଭିନ୍ନ ସମୟରେ ପତ୍ନୀଙ୍କୁ ମାରପିଟ ମଧ୍ୟ କରୁଥିଲେ। ଗତ ରବିବାର ରାତି ପ୍ରାୟ ୧୦ଟାବେଳେ ନିଶାସକ୍ତ ଅବସ୍ଥାରେ ଆସି ଘରେ ପାଟିତୁଣ୍ଡ କରିବା ସହିତ ପତ୍ନୀ ଝରଣାଙ୍କୁ କାଠ ଫାଳିଆରେ ଆକ୍ରମଣ କରିଥିଲେ। ରକ୍ତାକ୍ତ ଅବସ୍ଥାରେ ଝରଣା ଛଟପଟ ହେଉଥିଲେ। ଏହି ସମୟରେ ରମେଶ ଘରୁ କେଉଁଆଡ଼େ ପଳାଇଥିଲେ। ବସ୍ତି ଲୋକ ଝରଣାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲେ। ଝରଣା ଏ ନେଇ ସହିଦନଗର ଥାନାରେ ଏତଲା କରିଛନ୍ତି।

ସମ୍ବନ୍ଧିତ ଖବର