ଚନ୍ଦ୍ରଶେଖରପୁରରୁ ଲୁଟି ବାଙ୍କିରୁ ଗିରଫ, ୧୦ ମୋବାଇଲ୍ ଜବତ

ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଲୁଟ୍ ହୋଇଥିବା ୧୦ଟି ଦାମୀ ମୋବାଇଲ୍ ଫୋନ୍‌କୁ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ବାଙ୍କିର ପଥରୁଆପଡ଼ା ଅଞ୍ଚଳରୁ ଜବତ କରିଛି। ଏହା ସହିତ ମୋବାଇଲ୍ ଲୁଟେରାକୁ ଗିରଫ କରି କୋର୍ଟ ଚାଲଣ କରିଛି। ଗିରଫ ଯୁବକ ହେଲା ଆକାଶ କୁମାର ଖଟୁଆ ଓରଫ ସିତୁ(୧୯)। ସେ ବିଭିନ୍ନ ସମୟରେ ଭୁବନେଶ୍ବରକୁ ଆସି ତା’ର କିଛି ସାଙ୍ଗମାନଙ୍କ ସହିତ ଡମଣା, ନୀଳାଦ୍ରିବିହାର ଓ ଶୈଳଶ୍ରୀବିହାର ଅଞ୍ଚଳରୁ ଲୋକଙ୍କଠାରୁ ମୋବାଇଲ୍ ଫୋନ୍ ଝାମ୍ପିନେଇ ଫେରାର୍ ହୋଇଯାଇଥିଲା। ପରେ ସେଗୁଡ଼ିକୁ ବାଙ୍କି ଅଞ୍ଚଳରେ ବିକ୍ରି କରୁଥିଲା। ଗତ ସପ୍ତାହରେ ଡମଣା ହାଟ ନିକଟରେ ଜଣେ ବ୍ୟକ୍ତିଙ୍କ ମୋବାଇଲ୍ ଲୁଟ୍ ହୋଇଥିବା ନେଇ ସେ ଅଭିଯୋଗ କରିଥିଲେ। ଫଳରେ ପୁଲିସ୍ ଚୋରି ମୋବାଇଲ ନମ୍ବରକୁ ଟ୍ରାକିଂ କରି ଗତକାଲି ବିଳମ୍ବିତ ରାତିରେ ବାଙ୍କି ପଥରୁଆପଡ଼ା ଗ୍ରାମରୁ ଆକାଶକୁ ଗିରଫ କରିଥିଲା। ଆକାଶ ସହିତ ଭୁବନେଶ୍ବରର କିଛି ଯୁବକ ଲୁଟ୍‌ରେ ସାମିଲ ଥିବା ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର