ଦୁଷ୍କର୍ମର ଶିକାର ନନ୍‌ଙ୍କୁ ସମର୍ଥନ ମହଙ୍ଗା ପଡ଼ିଲା:  କବିତା ଲେଖିବା ଓ ଡ୍ରାଇଭିଂ ଲାଇସେନ୍ସ ଆବେଦନ ଯୋଗୁଁ କେରଳର ନନ୍‌ଙ୍କୁ ନୋଟିସ୍‌

କୋଚି : କିଛି ଦିନ ତଳେ କେରଳରେ ଜଣେ ନନ୍‌ଙ୍କୁ ଦୁଷ୍କର୍ମ କରାଯାଇଥିବା ବେଳେ ଏହାକୁ ନେଇ ବିରୋଧ ପ୍ରଦର୍ଶନରେ ସାମିଲ୍‌ ହୋଇଥିବା ନନ୍‌ ଆକ୍ରୋଶର ଶିକାର ହୋଇଥିବା ଜଣାପଡ଼ିଛି। ସିଷ୍ଟର ଲୁସି କଲପ୍ପୁରାଙ୍କୁ କବିତା ଲେଖୁଥିବାରୁ ନୋଟିସ୍‌ ଦିଆ ଯାଇଥିବା ଜଣାପଡ଼ିଛି । ବହି ପ୍ରକାଶିତ କରି ଖ୍ରୀଷ୍ଟଧର୍ମ ବିରୋଧରେ ସାପ୍ତାହିକ ଖବର କାଗଜରେ ଲେଖା  ଛାପିବା ଏବଂ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଆବେଦନ କରିବା ନେଇ ମଧ୍ୟ ତାଙ୍କୁ ନୋଟିସ୍‌ ପଠାଯାଇଥିବା ଜଣାପଡ଼ିଛି । ଫ୍ରାନ୍ସିସ୍କାନ କ୍ଲାରିଷ୍ଟ କଙ୍ଗ୍ରେଜେସନ୍‌(ଏଫ୍‌ସିସି) ନୋଟିସ୍‌ ଜାରି କରି ଲୁସିଙ୍କ ଉପରେ ନନ୍‌ ଧର୍ମିକ ଜୀବନର ଆଦର୍ଶର ଉଲ୍ଲଙ୍ଘନ କରିବାର ଆରୋପ ଲଗାଇଛି ।

Hindustan Times

ଅନ୍ୟ ପକ୍ଷରେ ସିଷ୍ଟର ଲୁସିଙ୍କ କହିବା ଅନୁଯାୟୀ,କୋଚିରେ ଦୁଷ୍କର୍ମର ଶିକାର ହୋଇଥିବା ନନ୍‌ଙ୍କ ପାଇଁ କରାଯାଉଥିବା ବିରୋଧ ପ୍ରଦର୍ଶନରେ ସାମିଲ୍‌ ଥିବାରୁ ମୁଁ ପଶ୍ଚାତାପ କରୁ ନାହିଁ । ପୂର୍ବରୁ ମୋତେ ମୋର କବିତା ଛାପିବା ପାଇଁ ଅନୁମତି ମିଳି ନ ଥିବା ବେଳେ ମୁଁ ବିନା ଅନୁମତିରେ ନିଜର କବିତା ଛାପିଥିଲି । ଏହା ସହ ମୋତେ ବିଭିନ୍ନ ପ୍ରକାରର ସାକ୍ଷାତକାରରେ ଯିବା ପାଇଁ ମନା କରା ଯାଇ ସାରିଥିଲେ ମଧ୍ୟ ମୁଁ ସବୁ ନିୟମ ଭାଙ୍ଗି ବିଭିନ୍ନ ସାକ୍ଷାତକାରରେ ଯୋଗ ଦେଇଥିଲି । ମୋ ହିସାବରେ ମୁଁ ମୋ ନିୟମର ଠିକ୍‌ ପାଳନ କରୁଛି । ଯାହା ଠିକ୍‌ ମୁଁ ତାହା କରୁଛି ବୋଲି ଲୁସି କହିଛନ୍ତି।

ସମ୍ବନ୍ଧିତ ଖବର