କରୋନା ପଜିଟିଭ ଥିବା ସ୍ତ୍ରୀକୁ ହତ୍ୟା କରି ନିଜେ ଛାତରୁ ଡେଇଁ ଆତ୍ମହତ୍ୟା କଲା ସ୍ବାମୀ

ପାଟନା: ବିହାରର ରାଜଧାନୀ ପାଟନାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ କରୋନା ପଜିଟିଭ୍ ସ୍ତ୍ରୀକୁ ହତ୍ୟା କରି ସ୍ବାମୀ ନିଜେ ଆତ୍ମହତ୍ୟା କରିଥିବା ପୁଲିସ ସୂତ୍ରରୁ ପ୍ରକାଶ। ମୃତ ବ୍ୟକ୍ତି ଜଣକ ପାଟନାର ରେଳ କର୍ମଚାରୀ ଥିଲେ। ତାଙ୍କ ନାମ ଅତୁଲ ଲାଲ ବୋଲି ଜଣାପଡିଛି। ସେହିପରି ତାଙ୍କ ପତ୍ନୀ ଏକ ଘରୋଇ ଅନୁଷ୍ଠାନରେ କାମ କରୁଥିଲେ। ଏହି ହତ୍ୟା ଓ ଆତ୍ମହତ୍ୟା ଘଟଣା ସମ୍ପର୍କରେ ଖବର ପାଇ ବିହାର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ମୃତଦେହକୁ ଉଦ୍ଧାର କରି ପାଟନା ମେଡିକାଲ କଲେଜ ଓ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି।

ପୁଲିସ ସୂତ୍ରରୁ ପ୍ରକାଶ, ରେଳବାଇରେ କାମ କରୁଥିବା ଅତୁଲ ଲାଲଙ୍କ ସ୍ତ୍ରୀ ତୁକିଲା ଦେବୀ (୪୪)ଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା।  ଏହାପରେ ସେ ନିଜ ପତ୍ନୀଙ୍କୁ ହତ୍ୟା କରି ନିଜେ ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ। ମୃତ ଦମ୍ପତି ସାମ୍ବାଦିକ ନାଗରରେ ରହୁଥିଲେ। ପୁଲିସ ଘଟଣାସ୍ଥଳ‌ରେ ପହଞ୍ଚି ମାମଲାର ଅଧିକ ତଦନ୍ତ ଚଲାଇଛି।

ତେବେ ଗତ ୨୪ଘଣ୍ଟା ମଧ୍ୟରେ ବିହାରରେ କରୋନାଭାଇରସ୍ ସଂକ୍ରମଣ ହେତୁ ୬୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨୭୯୫ ନୂତନ ମାମଲା ସହିତ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪୦୩୫୯୬ କୁ ବୃଦ୍ଧି ପାଇଛି। ଏହି ସମୟରେ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କୋଭିଡ -୧୯ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ବିମାନ ପଠାଇ ଖୁବ ଶୀଘ୍ର ଅହମ୍ମଦାବାଦରୁ ୧୪୦୦୦ ରେମଡେସିବିର ଔଷଧ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର