କାମକୁ ଯାଉଥିବା ବେଳେ ବସ୍ କଣ୍ଡକ୍ଟର ଦ୍ୱାରା ଯୌନ ଶୋଷଣର ଶିକାର ହେଲେ ମହିଳା ହୋମ୍ଗାର୍ଡ଼, ବିରୋଧ କରିବାରୁ ହେଲେ ଆକ୍ରମଣର ଶିକାର
ମୁଜାଫରନଗର : ଉତ୍ତରପ୍ରଦେଶର ମୁଜାଫରନଗରରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ଦିବାଲୋକରେ ଜଣେ ମହିଳା ହୋମ୍ଗାର୍ଡ଼ ହୋଇଛନ୍ତି ଯୌନ ଶୋଷଣର ଶିକାର । ନିଜ କାମକୁ ଯାଉଥିବା ସମୟରେ ଜଣେ ବସ୍ କଣ୍ଡକ୍ଟର ମହିଳା ହୋମ୍ଗାର୍ଡ଼ଙ୍କୁ ଯୌନ ଶୋଷଣ କରିଥିଲେ । ଏହାର ବିରୋଧ କରିବା ପାଇଁ ଚେଷ୍ଟା କରିବାରୁ ମହିଳାଙ୍କୁ ବସ୍ କଣ୍ଡକ୍ଟର ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଘଟଣାଟି ମଙ୍ଗଳବାର ଘଟିଥିବା ବେଳେ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି ପୁଲିସ ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ପୀଡ଼ିତା ବସ୍ ଯୋଗେ କାମକୁ ଯାଉଥିବା ବେଳେ ଜଣେ ବସ୍ କଣ୍ଡକ୍ଟର ପୀଡ଼ିତାଙ୍କ ପୋଷାକ ଟାଣିବା ଆରମ୍ଭ କରିଥିଲେ । ପୀଡ଼ିତା ଏହାର ବିରୋଧ କରିବାରୁ ଅଭିଯୁକ୍ତ ପୀଡ଼ିତାଙ୍କୁ ମାଡ଼ ମାରିବା ସହ ସେ ପିନ୍ଧିଥିବା ପୋଷାକକୁ ଫାଡ଼ି ଦେଇଥିଲେ । ଆକ୍ରମଣର ଶିକାର ହୋଇ ପୀଡ଼ିତା ବେହୋସ ହେବା ପରେ ଅଭିଯୁକ୍ତ ତାଙ୍କୁ ରାସ୍ତା କଡ଼ରେ ଫିଙ୍ଗି ଚାଲି ଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରିବା ପରେ ପୀଡ଼ିତା ପୂରା ଘଟଣା ପୁଲିସକୁ ଜଣାଇଥିଲେ ।