Daily Archives

November 2, 2020

ଆଇପିଏଲ୍‌: ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୫୩ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ଆବୁଧାବି: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ତ୍ରୟୋଦଶ ସଂସ୍କରଣର ୫୫ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୫୩ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଆବୁଧାବିସ୍ଥିତ ଶେଖ୍‌ ଜୟେଦ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ…
ଅଧିକ ଖବର ଦେଖନ୍ତୁ...

ନଭେମ୍ବର ମାସରେ ୫ଟି ଶିଖର ସମ୍ମିଳନୀରେ ମୁହାଁମୁହିଁ ହେବେ ଭାରତ ଓ ଚୀନ୍‌ର ନେତା

ନୂଆଦିଲ୍ଲୀ: ଚଳିତ ମାସରେ ଭାରତ ଓ ଚୀନ୍‌ର ନେତାମାନେ ଏକା ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମରେ ପାଞ୍ଚଟି ଶିଖର ସମ୍ମିଳନୀରେ ଯୋଗ ଦେବେ। ନଭେମ୍ବର ୧୦ରେ ‘ସଙ୍ଘାଇ କୋଅପରେସନ୍ ଅର୍ଗାନାଇଜେସନ୍‌’ (ଏସ୍‌ସିଓ), ନଭେମ୍ବର ୧୭ରେ ‘ବ୍ରାଜିଲ୍‌-ରଷିଆ-ଭାରତ-ଚାଇନା-ସାଉଥ୍ ଆଫ୍ରିକା’ (ବ୍ରିକ୍ସ) ଏବଂ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ବର ସଦର ଉପନିର୍ବାଚନ: ୬ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ ହେବ କାଲି

ବାଲେଶ୍ବର: ବାଲେଶ୍ବର ସଦର ଆସନ ପାଇଁ ଆସନ୍ତାକାଲି ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଗତ ମାସେ ହେଲା ପ୍ରମୁଖ ରାଜନୈତିକ ଦଳର ଛାମୁଆ ନେତା ଓ କର୍ମୀ ଝାଳବୁହା ପରିଶ୍ରମ କରି ପ୍ରଚାର ଅଭିଯାନରେ ମାତିଥିଲେ। ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ତିନି ପ୍ରମୁଖ ଦଳ ବିଜେଡି,…
ଅଧିକ ଖବର ଦେଖନ୍ତୁ...

କୋଇଲାଖଣି ଅବସରପ୍ରାପ୍ତ କର୍ମଚାରୀଙ୍କ ସ୍କୁଟି ଡିକିରୁ ୩ ଲକ୍ଷ ଟଙ୍କା ଲୁଟ ଅଭିଯୋଗ

ବ୍ରଜରାଜନଗର: କୋଇଲାଖଣିର ଅବସରପ୍ତାପ୍ତ କର୍ମଚାରୀ ମଙ୍ଗଳ ଖଡ଼ିଆଙ୍କ ସ୍କୁଟି ଡିକିରୁ ୩ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ମଙ୍ଗଳ ଆଜି ହଂସାମୁରା କଣ୍ଟାପାଲିସ୍ଥିତ ୟୁକୋ ବ୍ୟାଙ୍କ ଶାଖାରୁ ୩ଲକ୍ଷ ୧୦ହଜାର ଟଙ୍କା…
ଅଧିକ ଖବର ଦେଖନ୍ତୁ...

‘ଜଙ୍ଗଲରାଜ୍‌ କା ଯୁବରାଜ’ ଆକ୍ଷେପ କ’ଣ ଅଟକାଇ ପାରିବ ତେଜସ୍ୱୀଙ୍କୁ???

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇ ଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆସନ୍ତାକାଲି (ମଙ୍ଗଳବାର) ଅନୁଷ୍ଠିତ ହେବାକୁ ଯାଉଛି। ଏହାପରେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଗ୍ରହଣ ୭ ତାରଖରେ ସରିବା ପରେ ଫଳାଫଳ ପ୍ରକାଶ ପାଇବ ୧୦ ତାରିଖରେ।…
ଅଧିକ ଖବର ଦେଖନ୍ତୁ...

ପତ୍ନୀଙ୍କୁ ହତ୍ୟା କରିବା ପରେ ମୃତଦେହକୁ ସ୍କୁଟର ସାମ୍ନାରେ ଧରି ବୁଲିଲେ ସ୍ବାମୀ

ଗାନ୍ଧିନଗର: ଗୁଜୁରାଟର ପାଲିତାନା ଜିଲ୍ଲାରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ହତ୍ୟା କରିବା ପରେ ସ୍କୁଟରରେ ଧରି ବୁଲିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ କେନ୍ଦ୍ର କରି ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାମ ୩୪…
ଅଧିକ ଖବର ଦେଖନ୍ତୁ...

ସିଏମସିରେ ଆରମ୍ଭ ହେଲା ସେରୋ ସର୍ଭେ; ପ୍ରଥମ ଦିନରେ ୬ଶହ ଲୋକ ଦେଲେ ରକ୍ତ ନମୁନା

କଟକ: ମହାନଗର ନିଗମରେ ଆଜିଠାରୁ ସେରୋ ସର୍ଭେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରଥମ ଦିନରେ ସିଏମସିର ୧୦ଟି ୱାର୍ଡରେ ଏହାକୁ ଆରମ୍ଭ କରାଯାଇଥିବା ବେଳେ ୬୩୦ରୁ ଅଧିକ ଲୋକଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରାଯାଇଛି। ସିଏମସି ଓ ଆରଏମଆରସି ଭୁବନେଶ୍ବରର ମିଳିତ ସହଯୋଗରେ ସହରରେ ଏହା ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୧୫୨୭ ଜଣ ଆକ୍ରାନ୍ତ

ଭୁବନେଶ୍ୱର: ମହାମାରୀ କରୋନା ସଂକ୍ରମଣରୁ ଆଜି ରାଜ୍ୟରେ ମୋଟ୍‌ ୧ ହଜାର ୫୨୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୯ ହଜାର ୯୧କୁ ବୃଦ୍ଧି ପାଇଛି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ମଙ୍ଗଳବାର ଦିନ ଲଣ୍ଡନ କୋର୍ଟରେ ଶୁଣାଣି ହେବ ନିରବ ମୋଦୀଙ୍କ ପ୍ରତ୍ୟର୍ପଣ ମାମଲା

ଲଣ୍ଡନ୍‌: ଅକ୍ଟୋବର ୨୬ ତାରିଖକୁ ମିଶାଇ ୬ ଥର ଜାମିନ ଆବେଦନ ଖାରଜ କରିବା ପରେ ଆସନ୍ତାକାଲି ୱେଷ୍ଟ୍‌ମିନ୍‌ଷ୍ଟର୍‌ ମାଜିଷ୍ଟ୍ରେଟ୍‌ କୋର୍ଟ ନିରବ ମୋଦୀ ପ୍ରତ୍ୟର୍ପଣ ମାମଲାର ଏକଦିବସୀୟ ଶୁଣାଣି କରିବେ। ନିରବ ମୋଦୀଙ୍କ ବିରୋଧରେ ଭାରତ ସରକାର ଉପସ୍ଥାପନ କରିଥିବା ପ୍ରମାଣର…
ଅଧିକ ଖବର ଦେଖନ୍ତୁ...