କୋଟିଆ ପାଇଁ ଏକାଠି ହେଲେ ୪ ଜିଲ୍ଲାର ରାଜନେତା 

କୋରାପୁଟ: କୋଟିଆ ପାଇଁ ରାଜଧାନୀ ଭୁବନେଶ୍ବରରେ ଏକାଠି ହୋଇଛନ୍ତି ଚାରି ଜିଲ୍ଲାର ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ନେତା। ଭୁବନେଶ୍ବର ନୟାପଲ୍ଲୀରେ ଉଦଘାଟନ ଅପେକ୍ଷା ରହିଥିବା ସହିଦ ଲକ୍ଷ୍ମଣ ନାୟକ ଭବନରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡା ଜିଲ୍ଲାର ବିଧାୟକ ଓ ମନ୍ତ୍ରୀ ଉପସ୍ଥିତ ରହି କୋଟିଆ ପାଇଁ ଏକଜୁଟ ହୋଇଛନ୍ତି।

ଉତ୍କଳ ଦିବସ ଦିନ କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ଗ୍ରାମପୁଞ୍ଜରେ ଶବରୀ ସାଂସ୍କୃତିକ ସଂସଦ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବାକୁ ରହିଥିବାବେଳେ ଏହିଠାରେ ଉତ୍କଳ ଦିବସ ମଧ୍ୟ ପାଳିତ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିରେ ଏସଟି ଓ ଏସସି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ଶ୍ରେଣୀ  ମଳଙ୍ଗଳ ମନ୍ତ୍ରୀ ଜଗନ୍ନ‌ାଥ ସରକା, ହସ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ୍‌, ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଶ୍ବର ପାଣିଗ୍ରାହୀ, ବରିଷ୍ଠ ବିଜେପି ନେତା ଭୃଗୁ ବକ୍ସିପାତ୍ରଙ୍କ ସହ ୪ଟି ଜିଲ୍ଲାର ବିଧାୟକ  ମଧ୍ୟ ଏହି ବୈଠକରେ ଉପସ୍ଥିତ ରହି ଏକ ସ୍ବରରେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର