ଏଡ୍‌ସ ନେଲାଣି ୩୪୭ ଜୀବନ

ଅନୁଗୁଳ: ଜିଲ୍ଲାରେ ଏଡ୍ସ ଭୟଙ୍କର ରୂପ ନେଉଛି। ୨୦୦୩ ମସିହାଠାରୁ ବର୍ତ୍ତମାନ ସୁଦ୍ଧା ଅନୁଗୁଳ ଜିଲ୍ଲାରେ ଏଡ଼୍ସ ରୋଗରେ ୩୪୭ ଜଣ ମୃତ୍ୟୁଙ୍କ ମୃତ୍ୟୁ ଘଟିଛି। ତେବେ ୨୦୧୮-୧୯ ମସିହା ସେପ୍ଟେମ୍ବର ମାସ ମଧ୍ୟରେ ୩୩ ଜଣଙ୍କ ଏହି ରୋଗରେ ମୃତ୍ୟୁ ଘଟିଛି। ଚଳିତ ବର୍ଷ ୪ ଲକ୍ଷ ୪୯୫ ଜଣଙ୍କର କାଉନ୍‌ସେଲି˚ କରାଯାଇଥିଲା। ଏଥିରୁ ୧୭୮୦ ଜଣଙ୍କର ଏଡ଼୍ସ ଭୂତାଣୁ ଥିବାର ପରୀକ୍ଷାରୁ ଜଣାପଡ଼ିଛି। ଜିଲ୍ଲାରେ ଏଡ଼୍ସ ରୋଗର ଭୟାବହତାକୁ ଦୃଷ୍ଟିରେ ରଖି ଏହାର ନିୟନ୍ତ୍ରଣ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିର କରିବା ପାଇଁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲା ଏଡ଼୍ସ ନିବାରଣ ଓ ନିୟନ୍ତ୍ରଣ କମିଟି ବୈଠକ ଜିଲ୍ଲାପାଳ ଅନିଲ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଡିସେମ୍ବର ୧ ତାରିଖରେ ବିଶ୍ବ ଏଡ଼୍ସ ଦିବସକୁ ଅନୁଗୁଳ ଜିଲ୍ଲାରେ ପାଳନ କରିବା ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କରେ ଆଲୋଚନା ହୋଇଥିଲା। ଡା. ତ୍ରିଲୋଚନ ପ୍ରଧାନ ସମସ୍ତଙ୍କୁ ସ୍ବାଗତ ଜଣାଇଥିଲେ। ଜିଲ୍ଲା ଏଡ଼୍ସ ନିବାରଣ ଓ ନିୟନ୍ତ୍ରଣ କମିଟିର ଡିପିଏମ୍‌ଓ ପ୍ରମିଳା ହୋତା, ଅନୁଗୁଳ ଜିଲ୍ଲାର ଏଚ୍‌ଆଇଭି ଓ ଏଡ଼୍ସର ଭୟାବହତା ସମ୍ପର୍କରେ ପାଵାର ପଏଣ୍ଟ ଉପସ୍ଥାପନ କରିଥିଲେ। ଶେଷରେ ଏଆର‌୍‌ଟି ସେଣ୍ଟରର ଏସ୍‌ଏମ୍‌ଓ ଡା. ଶାଶ୍ବତ ସାଗର ମିଶ୍ର ଧନ୍ୟବାଦ ଦେଇଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତରଙ୍କ ସମେତ ଶିଳ୍ପ ସ˚ସ୍ଥାର କର୍ମକର୍ତା, ସ୍ବେଚ୍ଛାସେବୀ ଓ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର