‘ଅରଣ୍ୟା’ର ଗଳ୍ପ ପାଠୋତ୍ସବ

‘ସମାଜର ପ୍ରତିଛବି ଗଳ୍ପରେ ଅଧିକ ପ୍ରତିଫଳିତ ହୋଇଥାଏ’

ସୁନ୍ଦରଗଡ଼: ‘ସାହିତ୍ୟ ସମାଜର ଦର୍ପଣ। ଗଳ୍ପ ସାହିତ୍ୟର ଏକ ବଳିଷ୍ଠ ବିଭାଗ। ପରିବର୍ତ୍ତିତ ସମାଜର ପ୍ରତିଛବି ଏହି ଗଳ୍ପ ମାଧ୍ୟମରେ ଅଧିକ ପ୍ରତିଫଳିତ ହୋଇଥାଏ। ତେବେ ଜୀବନବାଦୀ ଦୃଷ୍ଟିକୋଣ ଓ ପ୍ରଗତିଶୀଳ ଚେତନା ଦ୍ବାରା ସୃଷ୍ଟ ଗଳ୍ପ ହିଁ କାଳଜୟୀ ହୋଇଥାଏ’। ସାହିତ୍ୟାନୁଷ୍ଠାନ ‘ଅରଣ୍ୟା’ ଦ୍ବାରା ସ୍ଥାନୀୟ ପବ୍ଲିକ ସ୍କୁଲରେ ଆୟୋଜିତ ଗଳ୍ପ ପାଠୋତ୍ସବରେ ଅତିଥିମାନେ ଯୋଗ ଦେଇ ଏହି ମତ ରଖିଥିଲେ। ସୁନ୍ଦରଗଡ଼ ଲେଖକ ସାମ୍ମୁଖ୍ୟ ସଭାପତି ତଥା ବିଶିଷ୍ଟ ଗାଳ୍ପିକ ଭୂପେନ ମହାପାତ୍ର ଓ ଓଡ଼ିଶା ସାହିତ୍ୟ ଏକାଡେମି ପୂର୍ବତନ ଉପସଭାପତି ଗାଳ୍ପିକ ଗିରି ଦଣ୍ଡସେନା ଏହି ପାଠୋତ୍ସବକୁ ଉଦଘାଟନ କରିଥିଲେ।

ମୁଖ୍ୟଅତିଥି ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ ‘ପ୍ରଗତିଶୀଳ ସାହିତ୍ୟ ସୃଷ୍ଟି ଦ୍ବାରା ସମାଜର ବିକାଶ ସମ୍ଭବ’ ବୋଲି କହିଥିଲେ। ଅରଣ୍ୟାର ସମ୍ପାଦକ ବିଶିଷ୍ଟ ଗାଳ୍ପିକ ରାଜକିଶୋର ଷଡ଼ଙ୍ଗୀ ସ୍ବାଗତ ଅଭିଭାଷଣ ରଖି ‘ଗଳ୍ପ ହିଁ ସାମାଜିକ ବାସ୍ତବତାର ପ୍ରତିଫଳନ’ ବୋଲି କହିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମିର ସୁନ୍ଦରଗଡ଼ ପ୍ରତିନିଧି ଗାଳ୍ପିକା ସୁପ୍ରିୟା ପାଲ ପାଠୋତ୍ସବକୁ ସଂଯୋଜନା କରିଥିଲେ।

ଅଧ୍ୟାପକ ଭଗବାନ ପଟେଲ, ଗୀତିକବି ଗୋପକୃଷ୍ଣ ନାୟକ, ଅଧ୍ୟାପିକା ସସ୍ମିତା ଭୋଇ ଗଳ୍ପଗୁଡ଼ିକର ସମୀକ୍ଷା କରିଥିଲେ। ଉତ୍ସବରେ ଲଳିତା ଖଣ୍ଡା, ମଞ୍ଜୁଳା ରଥ, ବିଜୟିନୀ ଜେନା, ରଶ୍ମିବାଳା ରାଉତରାୟ, ଶୁଭଶ୍ରୀ ରାୟ, ପ୍ରଣତି ବେହେରା, ମମତା ପ୍ରିୟଦର୍ଶିନୀ ସାହୁ, ଜ୍ୟୋତ୍ସ୍ନାରାଣୀ ସାହୁ, ଗଣେଶ ତ୍ରିପାଠୀ, ସୌରଭ ମିଶ୍ର, ସୁବତ୍ର ମିଶ୍ର, ପ୍ରତାପ ପଟ୍ଟନାୟକ, ଜୀବେଶ୍ବରୀ ପଟେଲ, ମିନତି ମିଶ୍ରଙ୍କ ସମେତ ରାଉରକେଲା, ଝାରସୁଗୁଡ଼ା, ସୁନ୍ଦରଗଡ଼ର ବହୁ ସାହିତ୍ୟିକ ଯୋଗ ଦେଇଥିଲେ। ଯୁବ ଗାଳ୍ପିକ ବିବିଧ ବିଶ୍ବ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପଠିତ ଗଳ୍ପଗୁଡ଼ିକୁ ନେଇ ଏକ ଗଳ୍ପ ସଂକଳନ ପ୍ରକାଶ କରିବାକୁ ଅରଣ୍ୟାର ସମ୍ପାଦକ ରାଜକିଶୋର ଷଡ଼ଙ୍ଗୀ ମତପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର