ମମିତା ହତ୍ୟାକାଣ୍ଡ ମାମଲା : ମାଲକାନଗିରି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ

ମାଲକାନଗିରି : ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ମାଲକାନଗିରି ଜିଲ୍ଲାରେ ଆଜି ଜିଲ୍ଲା କଂଗ୍ରେସ ତରଫରୁ ସକାଳ ୬ଟାରୁ ଦିନ ୧୨ ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଥିଲା।ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ରଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ଜିଲ୍ଲା ସଦର ମହକୁମାର ବାଲିମେଳା ଛକ ନିକଟରେ ଏକତ୍ରିତ ହୋଇ ନବୀନ ସରକାରଙ୍କ ବିରୋଧରେ ପାଟି କରିଥିଲେ।

କଂଗ୍ରେସ  ଏହି ଘଟଣାରେ ଜଡିଥିବା ଥିବା ଦିବ୍ୟଶଂକର ମିଶ୍ରଙ୍କୁ ତୁରନ୍ତ ଗିରଫ କରିବା ସହ ମନ୍ତ୍ରୀ ପଦରୁ ବହିଷ୍କାର କରନ୍ତୁ ବୋଲି ଦାବି କରିଆସୁଛି । ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତ ବେଳେ ମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ପାଖରେ ବସାଇ କିପରି ହିଂସାକୁ ପ୍ରଶ୍ରୟ ଦେଉଛନ୍ତି ସେ ନେଇ କଂଗ୍ରେସ ଗର୍ଜିଥିଲା।ରାଜ୍ୟ ସରକାର କିପରି ଦୁର୍ନୀତି,ହତ୍ୟା ଦୁଷ୍କର୍ମ ଭଳି କାର୍ଯ୍ୟରେ ଜଡିତ ରହିଛନ୍ତି ସେନେଇ କଂଗ୍ରେସ ଗର୍ଜିଥିଲା।

ତେବେ ସଂପୂର୍ଣ୍ଣ ଓଡିଶାରେ ଏହି ବନ୍ଦର ପ୍ରଭାବ ରହିଥିବା ବେଳେ ମାଲକାନଗିରି ଜିଲ୍ଲାରେ କାଁ ଭାଁ ପ୍ରଭାବ ପଡିଥିବା ଦେଖିବାକୁ ମିଳିଥିଲା।ଗତକାଲି ହାଇକୋର୍ଟଙ୍କ ନିର୍ଦେଶ ପରେ ଏସପି ପ୍ରହ୍ଲାଦ ସହାୟ ମୀନା ଗଣମାଧ୍ୟମ ସାମ୍ନାରେ ଆସି ଆନ୍ଦୋଳନକୁ ଶାନ୍ତିପୂର୍ଣ୍ଣ ଭାବେ କରିବା ପାଇଁ ଅନୁରୋଧ କରିବା ସହ କେହି ମଧ୍ୟ ଦୋକାନ ବଜାର ବନ୍ଦ କରିବା ନେଇ ଜବରଦସ୍ତ କରିପାରିବେ ନାହିଁ ବୋଲି ସଫା ସଫା କହିଥିଲେ। ସେହିପରି ଯାନବାହାନ ଅଟକାଇବା ଭଳି କାମ କରିବା ଏବଂ ରାସ୍ତାକୁ ଅବରୋଧ କରିବା କାମ ଯେପରି କରାନଯାଏ ସେନେଇ ଆନ୍ଦୋଳନକାରୀ ଯେପରି ସଜାଗ ରହିବେ ବୋଲି କୁହାଯାଇଥିଲା।ତେଣୁ ଶାନ୍ତିପୂର୍ଣ୍ଣ ଭାବେ ଆଜି ବନ୍ଦ ପାଳନ କରାଯାଇଥିଲା।ଦୋକାନ ବଜାର ମଧ୍ୟ ଖୋଲାଯାଇନଥିବା ବେଳେ ଲୋକେ କିଛି ମାତ୍ରାରେ ସମର୍ଥନ କରିଥିବା ମଧ୍ୟ ସହରରେ ଦେଖିବାକୁ ମିଳିଥିଲା।ଆଜିର ଏହି ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ୟରେ ପର୍ଶୁରାମ ଭକ୍ତ,ଜି.ଶ୍ରୀନିବାସ ରାଓ,ପଦ୍ମ ପାଙ୍ଗୀ,କେଶୁ ରାଓ,ପ୍ରାଣକୃଷ୍ଣ ମଣ୍ଡଳ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର