ଅଜଣା ଗାଡ଼ି ଧକ୍କାରେ ମା’ ଓ ଛୁଆ ଭାଲୁର ମୃତ୍ୟୁ

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଅଧୀନ ଚାର‌ମାଳ ରେଞ୍ଜ ଅନ୍ତର୍ଗତ ବଂଶାଜାଲ ବ୍ରିଜ୍‌ ନିକଟ ଏରୁଣ୍ଡି ଖସଡ଼ା ଜଙ୍ଗଲ ରାସ୍ତାରେ ଏକ ଅଜଣା ଗାଡ଼ି ଧକ୍କାରେ ମା’ ଓ ଛୁଆ ଭାଲୁର ମୃତ୍ୟୁ ହୋଇଛି। ଗୁରୁବାର ରାତିରେ ମା’ ଓ ଛୁଆ ଭାଲୁ ରାସ୍ତା ପାର ହେଉଥିବା କୌଣସି ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିବା ଅନୁମାନ କରାଯାଉଛି। ମା’ ଭାଲୁର ବୟସ ୨୫ ବର୍ଷ ହୋଇଥିବା ବେଳେ ଛୁଆ ଭାଲୁର ବୟସ ୫ ବର୍ଷ ହୋଇଥିବା ଜଙ୍ଗଲ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଶୁକ୍ରବାର ସକାଳେ ଗ୍ରାମବାସୀଙ୍କଠାରୁ ଖବରପାଇ ରେଞ୍ଜ ଅଧିକାରୀ ଦର୍ଶନୀୟା ଭୋଇ ଓ ଅନ୍ୟ କର୍ମଚାରୀ ଭାଲୁ ଦୁଇଟିଙ୍କ ମୃତଦେହ ଜବତ କରିଥିଲେ। ପ୍ରାଣୀଧନ ଚିକିତ୍ସା କେନ୍ଦ୍ରରେ ଡା. ପ୍ରଦୀପ ସାହୁ ମୃତଦେହର ବ୍ୟବଚ୍ଛେଦ କରିବା ପରେ ପୋତି ଦିଆଯାଇଥିବା ବନ ବିଭାଗ ଡିଏଫ୍‌ଓ ପ୍ରଦୀପ୍ତ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର