କେଏମବିବି ବୈଷୟିକ ମହାବିଦ୍ୟାଳୟରେ ସୌମ୍ୟରଞ୍ଜନଙ୍କ ଜନ୍ମଦିବସ ପାଳିତ 

ଖୋର୍ଦ୍ଧା: ଆଜି ଓଡ଼ିଶାର ସର୍ବାଧିକ ପ୍ରସାରିତ ଓ ପଠିତ ସମ୍ବାଦପତ୍ର ‘ସମ୍ବାଦ’ର ସମ୍ପାଦକ, ଖଣ୍ଡପଡ଼ା ବିଧାୟକ ତଥା କନକମଞ୍ଜରୀ ବ୍ରଜବନ୍ଧୁ ବୈଷୟିକ ମହାବିଦ୍ୟାଳୟର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ୭୦ତମ ଜନ୍ମ ଦିବସ କେଏମବିବି ବୈଷୟିକ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଅପରାହ୍ନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ପରିସରରେ ପ୍ରେରଣା ଗ୍ରିନ୍ଆର୍ମି ପକ୍ଷରୁ ପୂର୍ବତନ ବିଧାୟକ ତଥା ଗ୍ରିନ୍ଆର୍ମିର ମୁଖ୍ୟ ଦିଲ୍ଲୀପ ଶ୍ରୀଚନ୍ଦନ ସମ୍ବର୍ଦ୍ଧନା ଦେଇଥିଲେ। ଉପଦେଷ୍ଟା ସରୋଜ ପଣ୍ଡା, ପ୍ରାଶାସନିକ ନିର୍ଦେଶକ ସୁଶାନ୍ତ କୁମାର ଚୌଧୁରୀ, ଅଧ୍ୟକ୍ଷ ଡଃ. ଭବାନୀ ପ୍ରସନ୍ନ ପଟ୍ଟନାୟକ, ଆଡ୍ମିସନ ଓ ପ୍ଲେସମେଣ୍ଟ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ମୁଖ୍ୟ, ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀଙ୍କ ଗହଣରେ ସୌମ୍ୟରଞ୍ଜନ ପଟ୍ଟନାୟକ କେକ୍ କାଟି ନିଜର ଜନ୍ମଦିନ ପାଳନ କରିଥିଲେ।

ଏହାପରେ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ ସହ କର୍ମଚାରୀଙ୍କୁ ବୃକ୍ଷଚାରା ରୋପଣ ପାଇଁ ଅନୁପ୍ରାଣିତ କରିବା ସହ ଚାରା ବାଣ୍ଟିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି, ଆଇନଜୀବୀ ଶିଶିର ପରିଡ଼ା, ରମଜାନ ଖାଁନ, ହାଜି ନସିମୁଦ୍ଦୀନ ଖାଁନ, ମହମ୍ମଦ କେଫାତୁଲ୍ଲା, ସତ୍ୟବାଦୀ ବଳିଆରସିଂହ, ଡଃ. ପ୍ରଫୁଲ୍ଲ ସାମନ୍ତରାୟ, ଡଃ. ବୃନ୍ଦାବନ ପଣ୍ଡା, ଇତିଶ୍ରୀ ସାହୁ ପ୍ରମୁଖ ଶ୍ରୀ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର