ଅବକାରୀ ବିଭାଗ ପକ୍ଷରୁ ୧୩କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଯାଜପୁର: ଯାଜପୁର ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୧୩ କେଜି ଗଂଜେଇ ଜବତ କରାଯାଇଛି। ସୂଚନା ଅନୁଯାୟୀ, ଅବକାରୀ ଅଧୀକ୍ଷକ ଦେବୀ ପ୍ରସାଦ ଦାଶଙ୍କ ନିର୍ଦ୍ଦେଶକ୍ରମେ ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗାଁରେ ଚଢ଼ାଉ କରାଯାଇଥିଲା । ଏହି ସମୟରେ ସେହି ଗାଁର ଶରତ ସାହୁଙ୍କଠାରୁ ୧୩କେଜି ଗଞ୍ଜେଇ ଜବତ କରି ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହି ଚଢାଉରେ ସ୍ବପ୍ନାରାଣୀ ସାହୁ, ପ୍ରଶାନ୍ତ କୁମାର ମହାନ୍ତି, ବିଜୟଲକ୍ଷୀ ଦାସ ଓ ଯଯାତି କେଶରୀ ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର