ନଦୀକୁ ମାଛ ମାରିବାକୁ ଯାଇ ଡଙ୍ଗାବୁଡ଼ି ହୋଇ ଜଣେ ଧୀବର ମୃତ୍ୟୁ

ରିଆମାଳ: ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଖଇରପାଲି ଫାଣ୍ଡି ଅନ୍ତର୍ଗତ ଖିଲେଇ ପଞ୍ଚାୟତର ଚୁଆଖୋଳ ଗ୍ରାମରେ ନଦୀକୁ ଡଙ୍ଗାରେ ମାଛ ମାରିବାକୁ ଯାଇ ଡଙ୍ଗାବୁଡ଼ି ହୋଇ ଜଣେ ଧୀବରଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସେହି ଗ୍ରାମର ସ୍ୱର୍ଗତ କେଳା ଧୀବରଙ୍କ ପୁଅ ଇନ୍ଦ୍ରମଣି ଧୀବର (୫୦) ।

ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ଶନିବାର ଅପରାହ୍ନ ସମୟରେ ମାଛ ମାରିବାକୁ ଯାଇ ଆଉ ଫେରି ନ ଥିଲ।। ରାତିରେ ନ ଫେରିବାରୁ ପରିବାର ଲୋକ ଚାରିଆଡେ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ । ସକାଳେ ଶବ ଭାସୁଥିବା ନିକଟସ୍ଥ ଗ୍ରାମବାସୀ ଦେଖିଥିଲେ। ପରିବାର ଲୋକ ଖବରା ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଚିହ୍ନଟ କରିଥିଲେ।ସୂଚନା ପାଇ ଖଇରପାଲି ଫାଣ୍ଡି ପୁଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର