ଛାତଡ଼ିପୁଟ ନିକଟରେ ଗୁଡସ୍ ଟ୍ରେନର ଖସିଲା ଇଞ୍ଜିନ୍

ଜୟପୁର: ଶୁକ୍ରବାର ଛାତଡ଼ିପୁଟ-ଉମୁରୀ ରେଳପଥର ଦୋହରୀକରଣ ରେଳଲାଇନ ଆରମ୍ଭ ହୋଇଥିଲା। ଶନିବାର ସକାଳ ୮ ଟା ୪୫ ସମୟରେ ଏହି ଲାଇନରେ ଛାତଡ଼ିପୁଟ ଷ୍ଟେସନ ନିକଟରେ କିରଣ୍ଡଲରୁ ବିଶାଖାପାଟଣାକୁ ଯାଉଥିବା ଗୋଟିଏ ଲୁହା ବୋଝେଇ ଗୁଡ଼ସ୍ ଟ୍ରେନର ଇଞ୍ଜିନ୍ ରେଳଧାରଣାରୁ ତଳକୁ ଖସିଥିଲା। ନୂଆ ଟ୍ରାକ୍ ଲାଇନରୁ ପୁରୁଣା ଟ୍ରାକ୍ ଲାଇନକୁ ଯିବା ସମୟରେ ଏଭଳି ହୋଇଥିଲା। ତେବେ ଇଞ୍ଜିନରେ ବୈଷୟିକ ସମସ୍ୟା କିଛି ଦେଖାଦେଇ ଏହା ତଳକୁ ଖସି ପଡ଼ିଥିଲା।

ତେବେ ନୂଆରେ ହୋଇଥିବା ଦୋହରୀକରଣ ରେଳଲାଇନ୍ ଠିକ ଥିବା ବେଳେ ରେଳ ଇଞ୍ଜିନରେ କିଛି ବୈଷୟିକ ସମସ୍ୟା ଯୋଗୁଁ ଏଭଳି ହୋଇଥିବା ଦେଖିବାକୁ ମିଳିଥିଲା। ୬୦ଟି ଗୁଡ଼ସ୍ ୱାଗନକୁ ପୁଣି ପଛକୁ ଅଣାଯାଇ ନୂଆ ରେଳ ଇଞ୍ଜିନ ଲଗାଯାଇ ବିଶାଖାପାଟଣା ପଠାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର