ଜିଲ୍ଲା ହସ୍ପିଟାଲ୍‌ରେ ‘୫-ଟି’କୁ ଉପହାସ, ପ୍ରସୂତି ବିଭାଗରେ ‘ହାତଖର୍ଚ୍ଚ’ ଖେଳ

କେନ୍ଦ୍ରାପଡ଼ା: ‘ଟି’ ଫର‌୍‌ ଟ୍ରାନ୍ସପରେନ୍ସି ବା ସ୍ବଚ୍ଛତା। ରାଜ୍ୟ ସରକାରଙ୍କ ବହୁ ପ୍ରଚଳିତ ‘୫-ଟି’ନୀତିରେ ଅନ୍ୟତମ ‘ଟି’ ହେଲା ଏହି ସ୍ବଚ୍ଛତା। ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ତଥା ପାରଦର୍ଶିତା ଆଣିବା ସା˚ଗକୁ କୌଣସି ପ୍ରକାର ଦୁର୍ନୀତି, ଅନିୟମିତତା ତଥା ଲାଞ୍ଚ କାରବାର ଉପରେ ଅଙ୍କୁଶ ଲଗାଇବା ପାଇଁ ଏହି ନୀତି ଲାଗୁ କରାଯାଇଛି। ଖୋଦ୍‌ ମୁଖ୍ୟମନ୍ତ୍ରୀ ଏହାର ସଫଳ ରୂପାୟନ ଉପରେ ଗୁରୁତ୍ବାରୋପ କରୁଛନ୍ତି। କିନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏ ସବୁ ନୀତି ପ୍ରହସନରେ ପରିଣତ ହୋଇଛି। କାନ୍ଥରେ ବଡ଼ ବଡ଼ ଅକ୍ଷରରେ ‘ମୋ ସରକାର-୫ଟି’ ନୀତିର ସାଇନବୋର୍ଡ ଝୁଲୁଥିଲେ ହେଁ, ପ୍ରସୂତି ବିଭାଗ ପାଇଁ ଏହା ମୂଲ୍ୟହୀନ ହୋଇପଡ଼ିଛି। ‘ହାତଖର୍ଚ୍ଚ’ ନାଁରେ ଏହି ବିଭାଗରେ କାର୍ଯ୍ୟରତ କେତେକ ନର୍ସ ପ୍ରସୂତିଙ୍କ ଆଟେଣ୍ତାଣ୍ଟ୍‌ଙ୍କଠାରୁ ଅର୍ଥ ଶୋଷଣ କରୁଥିବା ଅଭିଯୋଗ ହେଉଛି। ସିଜରିଆନ୍‌ ହେଉ ଅବା ସାଧାରଣ ପ୍ରସବ ପାଇଁ ଏଠି ଆଟେଣ୍ତାଣ୍ଟ୍‌ଙ୍କୁ ଲାଞ୍ଚ ଦେବାକୁ ପଡ଼ୁଛି। ଲାଞ୍ଚ ନ ଦେଲେ ଚିକିତ୍ସାରେ ବିଳମ୍ବ ଓ ଅବହେଳା ସା˚ଗକୁ ଦୁର୍ବ୍ୟବହାରର ସମ୍ମୁଖୀନ ହେବାକୁ ପଡ଼ୁଛି ଆଟେଣ୍ତାଣ୍ଟ୍‌ଙ୍କୁ। ଖର୍ଚ୍ଚ ନାଁରେ ହଜାର ହଜାର ଟଙ୍କା ନର୍ସ ମାନେ ଆଟେଣ୍ତାଣ୍ଟ୍‌ଙ୍କଠୁ ଶୋଷଣ କରିବା ପରେ ଡାକ୍ତରଙ୍କୁ କିଛି ଦେଇ ନିଜ ଭିତରେ ବାଣ୍ଟି ରଖୁଥିବା କୁହାଯାଉଛି। ଗତ ୧୬ତାରିଖରେ ଦାବି ମୁତାବକ ଲାଞ୍ଚ ଦେଇନପାରିବାରୁ ମହାକାଳପଡ଼ା ଅ˚ଚଳର ଜଣେ ପ୍ରସୂତିଙ୍କ ଚିକିତ୍ସା ଅବହେଳା ଅଭିଯୋଗରୁ ଜୀବନ ଯିବା ଘଟଣା ପ୍ରସୂତି ବିଭାଗରେ ‘ହାତଖର୍ଚ୍ଚ’ ନାଁରେ ଆଟେଣ୍ତାଣ୍ଟ୍‌ଙ୍କ ପ୍ରତି ହେଉଥିବା ଜୁଲମକୁ ପଦାରେ ପକାଇ ଦେଇଛି। ଏମିତି କୌଣସି ଗୋଟିଏ ବି ପ୍ରସବ ହେଉନି, ଯେଉଁଠି ରୋଗୀର ଆଟେଣ୍ତାଣ୍ଟ୍‌ଙ୍କଠାରୁ ଖର୍ଚ୍ଚ ଦିଅ କହି ନର୍ସମାନେ ଟଙ୍କା ନେଉନାହାନ୍ତି। ପ୍ରତି କେସ୍‌ରେ ଆଟେଣ୍ତାଣ୍ଟ୍‌ଙ୍କଠାରୁ ହଜାର ହଜାର ଟଙ୍କା ଲାଞ୍ଚ ନିଆଯାଉଥିବା ଅଭିଯୋଗ ହେଉଥିବାରୁ ପ୍ରସୂତି ବିଭାଗରେ ଏହା ନିୟମିତ ଘଟଣାରେ ପରିଣତ ହୋଇଗଲାଣି ବୋଲି ସାଧାରଣରେ ଖାଲି ଆଲୋଚନା ହେଉନି; ବର˚ ‘୫-ଟି’ ନୀତିକୁ କିଭଳି ଉପହାସରେ ପରିଣତ କରିଦିଆଯାଇଛି, ତାହା ଜଣାଇ ଦେଉଛି।

ଗତ ୧୬ତାରିଖ ମଧୢରାତିରେ ଯେଉଁଭଳି ଭାବେ ଜମ୍ଭୁ ମେରାଇନ ଥାନା ଖରିନାସୀ ଗ୍ରାମର ଆଦିତ୍ୟ ନାରାୟଣ ରାୟଙ୍କ ପତ୍ନୀ ରିଦ୍ଧି ରାୟ(୨୨)ଙ୍କ ଅକାଳ ମୃତ୍ୟୁ ଘଟିଲା, ତାହା ପ୍ରସୂତି ବିଭାଗରେ ଲାଞ୍ଚ ନ ଦେଲେ ଚିକିତ୍ସା ସୁବିଧା ମିଳିବନି ଏବ˚ ଯେକୌଣସି ମୁହୂର୍ତ୍ତରେ ରୋଗୀର ଜୀବନ ଚାଲିଯିବ ବୋଲି ଏକ ଧାରଣା ସାଧାରଣରେ ଜାତ ହୋଇଛି। ମୃତ ପ୍ରସୂତିଙ୍କ ଦେଡ଼ଶୁର କଲ୍ୟାଣ ରାୟ ଯେଉଁ ଅଭିଯୋଗ ଥାନାରେ କରିଛନ୍ତି, ତାହା ଯଦି ସତ ହୋଇଥିଲେ ସା˚ଘାତିକ। ସେ ଅଭିଯୋଗ କରିଛନ୍ତି ଯେ ଅପରେସନ୍‌ କରି ପିଲା ଜନ୍ମ ପାଇଁ ତାଙ୍କ ପରିବାର ଲୋକଙ୍କୁ ନର୍ସ ୧୦ହଜାର ଟଙ୍କା ଦାବି କରିଥିଲେ। ଏତେ ଟଙ୍କା ଦେବା ପାଇଁ ପରିବାର ପ୍ରଥମେ ଅସମର୍ଥ ପ୍ରକାଶ କରିଥିଲା। କିନ୍ତୁ ପିଲା ଜନ୍ମ ହେବା ପରେ ଓଟିରୁ ଜଣେ ଦିଦି ଆସି ଟଙ୍କା ମାଗିଥିଲେ। ହଜାରେ ଟଙ୍କା ପ୍ରଥମେ ଦିଆଯାଇଥିଲା। ମାତ୍ର ଏତେ କମ୍‌ ନେବିନି କହି ଦିଦି ଟଙ୍କା ଫେରାଇ ଦେଇଥିଲେ। ଆଉ ହଜାର ଟଙ୍କା ମିଶାଇ ଦୁଇ ହଜାର ଟଙ୍କା ଦେବା ପରେ ଦିଦି ନେଇ ଭିତରକୁ ପଳାଇଥିଲେ। ଏହାପରେ ଓଟିରୁ ପିଲାକୁ ଅଣାଯିବା ପରେ ଆଉ ଜଣେ ଦିଦି ହଜାରେ ଟଙ୍କା ନେଲେ। ସଫେଇ ବାବଦକୁ ସୁଇପର‌୍‌ ଆଉ ପାଞ୍ଚ ଶହ ଟଙ୍କା ନେବ ବୋଲି କୁହାଯିବା ସହିତ ଡାକ୍ତରଙ୍କ ୫ହଜାର ଟଙ୍କା କେତେବେଳେ ଦେବ ବୋଲି କହିଥିଲେ। ପରେ ଦେବୁ ବୋଲି କହିବାରୁ ଦିଦି ଆମ ଉପରେ ଭୀଷଣ ବିରକ୍ତି ପ୍ରକାଶ କରିଥିଲେ ବୋଲି କଲ୍ୟାଣ ରାୟ କହିବା ଏହି ରାଗରେ ଆଉ ରିଦ୍ଧିଙ୍କ ଚିକିତ୍ସା କଲେନି ବୋଲି ଅଭିଯୋଗ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ ୧୫ତାରିଖ ରାତି ୧୨ଟାରୁ ୪ଟା ଯାଏ ପରିବାର ଲୋକ ବାରମ୍ବାର ନେହୁରା ହେବା ପରେ ବି କେହି ଦେଖିବାକୁ ଆସିଲେ ନାହିଁ। ବର˚ ଦୁର୍ବ୍ୟବହାର କଲେ। ଲାଞ୍ଚ ଦେଇନପାରିବାରୁ ରିଦ୍ଧିଙ୍କ ଜୀବନ ଚାଲିଗଲା କଲ୍ୟାଣ କାନ୍ଦିକାନ୍ଦି କହିବା ସହିତ ଯେଉଁ ଦୁଇ ଜଣ ଦିଦି ତାଙ୍କ ପତ୍ନୀଙ୍କଠୁ ତିନି ହଜାର ଟଙ୍କା ନେଇଛନ୍ତି, ତାଙ୍କୁ ଦେଖିଲେ ଚିହ୍ନିଦେବେ ବୋଲି କହିଛନ୍ତି। କଲ୍ୟାଣଙ୍କ ଅଭିଯୋଗ ଅମୂଳକ ଏଇଥିପାଇଁ ନୁହେଁ ଯେ ଅତୀତରେ ବି ପ୍ରସୂତି ବିଭାଗରେ ପିଲା ଜନ୍ମ ପାଇଁ ପ୍ରସୂତିଙ୍କ ଆଟେଣ୍ତାଣ୍ଟ୍‌ଙ୍କଠାରୁ ଖର୍ଚ୍ଚ ଦାବି କରାଯାଇଥିବା ଅଭିଯୋଗ ଅନେକବାର ଆସିଛି। ଏହା ନିୟମିତ ଘଟଣାରେ ପରିଣତ ହୋଇ ସାରିଛି। ପ୍ରସୂତି ବିଭାଗରେ ଚାଲିଥିବା ଏପ୍ରକାର ଲାଞ୍ଚ କାରବାରକୁ ନେଇ ଅତି ଗୋପନ ସୂତ୍ରରୁ ଯାହା ଖବର ମିଳିଛି, ତାହା ଆଖି ଖୋସି ହେଲା ଭଳି। ଚର୍ଚ୍ଚା ଅନୁଯାୟୀ, ପ୍ରତି ପ୍ରସବ ପିଛା ତିନିରୁ ପାଞ୍ଚ ହଜାର ଟଙ୍କା ଆଟେଣ୍ତାଣ୍ଟ୍‌ଙ୍କଠୁ ଦାବି କରାଯାଉଛି। ପିଲା ଜନ୍ମ ପାଇଁ ଅପରେସନ୍‌ର ଯଦି ଆବଶ୍ୟକତା ପଡ଼ୁଛି, ତେବେ ପାଞ୍ଚ ହଜାର ଟଙ୍କା ଦେବାକୁ କୁହାଯାଉଛି। ନର୍ମାଲ୍‌ରେ ଯଦି ପୁଅ ହେଉଛି, ତେବେ ତିନି ହଜାର ଏବ˚ ଝିଅ ହେଲେ ଆଟେଣ୍ତାଣ୍ଟ୍‌ଙ୍କ ସକ୍ଷମତା ଅନୁସାରେ ହଜାରେରୁ ଦୁଇ ହଜାର ଟଙ୍କା ଭିତରେ ନେଉଛନ୍ତି। ଓଟି ଦାୟିତ୍ବରେ ରହୁଥିବା ଦିଦି ହିଁ ଏହି ଟଙ୍କା କାରବାରର ମୁଖ୍ୟ କାର୍ପଟଦାର‌୍‌ ବୋଲି କୁହାଯାଉଛି। ଟଙ୍କା ନେବା ପରେ ନିଶ୍ଚେତକ ଡାକ୍ତର, ଅପରେସନ୍‌ କରିଥିବା ଡାକ୍ତର, ଓଟି ଓ ଅନ୍ୟ କାର୍ଯ୍ୟରେ ନିୟୋଜିତ ଦିଦି ମଧୢରେ ଭାଗବାଣ୍ଟ ହେଉଥିବା କୁହାଯାଉଛି। ଡ୍ରେସର‌୍‌, ସୁଇପର‌୍‌ଙ୍କ ଭାଗ ବି ବାଦ୍‌ ପଡ଼ୁନି।

ପଚାଶ ଭାଗ ଅର୍ଥ ଡାକ୍ତର ନେଇ ଯାଉଥିବା ବେଳେ ବାକି ଅର୍ଥ ଅନ୍ୟମାନେ ବାଣ୍ଟି ନେଉଥିବା କୁହାଯାଉଛି। ସବୁଠୁ ବଡ଼ କଥା ହେଉଛି ନର୍ମାଲ୍‌ରେ ପ୍ରସବ ହେଲେ ଖୁସିରେ ଖର୍ଚ୍ଚ ଦିଅ କହି ଆଟେଣ୍ତାଣ୍ଟ୍‌ଙ୍କଠୁ ଟଙ୍କା ନେଉଥିବା ବେଳେ ଅପରେସନ୍‌ ହେଲେ ବିଭିନ୍ନ ଆଳ ଦେଖାଇ ଟଙ୍କା ଦାବି କରାଯାଉଛି। ଯେଉଁମାନେ ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରୁଛନ୍ତି, ସେମାନଙ୍କ ଚିକିତ୍ସାରେ ବିଳମ୍ବ ଓ ଅବେହଳା କରାଯାଉଥିବା ଅଭିଯୋଗ ହେଉଛି। କେତେକ କ୍ଷେତ୍ରରେ ଆଟେଣ୍ତାଣ୍ଟ୍‌ଙ୍କୁ ଫୁସୁଲାଯାଇ ଭଲ ଚିକିତ୍ସା ମିଳିବ କହି କେନ୍ଦ୍ରାପଡ଼ାର କେତେକ ନିର୍ଦ୍ଦିଷ୍ଟ  ନର୍ସି˚ହୋମ୍‌କୁ ପ୍ରସୂତିଙ୍କୁ ପଠାଯାଉଥିବା ଖବର ବି ସାମ୍ନାକୁ ଆସୁଛି। ବଡ଼ କଥା ହେଉଛି ଜିଲ୍ଲା ହସ୍ପିଟାଲ୍‌ରେ କାର୍ଯ୍ୟରତ ଡାକ୍ତର ହିଁ ସେହି ନର୍ସି˚ହୋମ୍‌କୁ ଯାଇ ପ୍ରସବ କରାଉଛନ୍ତି। ଏଭଳି ବିଷମ ପରିସ୍ଥିତିରେ ପ୍ରଶ୍ନ ଉଠିଲାଣି ଯେ କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲ୍‌ କ’ଣ ବ୍ୟବସ୍ଥାରେ ସ୍ବଚ୍ଛତା ଓ ପାରଦର୍ଶିତା ଆଣିବା ପାଇଁ ଲାଗୁ କରାଯାଇଥିବା ୫-ଟି ନୀତି ବାହାରେ? ଚିକିତ୍ସା ସେବାଠୁ ପରୀକ୍ଷା, ଔଷଧ ବିତରଣ ଯାଏ ସବୁକିଛି ମାଗଣାରେ ରାଜ୍ୟ ସରକାର ଯୋଗାଇ ଦେଉଥିବା ବେଳେ ପ୍ରସୂତି ବିଭାଗରେ ନିର୍ଦ୍ଦିଷ୍ଟ କେତେକ ଦିଦି କେଉଁ ସାହସରେ  ଖର୍ଚ୍ଚ ଦିଅ କହି ଆଟେଣ୍ତାଣ୍ଟ୍‌ଙ୍କୁ ଶୋଷଣ କରୁଛନ୍ତି? ଦାବି ମୁତାବକ ଲାଞ୍ଚ ଦେଇନପାରିବାରୁ ଶୁକ୍ରବାର ପ୍ରସୂତିଙ୍କ ମୃତ୍ୟୁ ଘଟଣା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ପ୍ରସୂତି ବିଭାଗର ଭିତିରି ଖେଳ ସ˚ପର୍କରେ ଆଇନା ଦେଖାଇଛି। ତେଣୁ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନିତାନ୍ତ ଅପରିହାର୍ଯ୍ୟ ହୋଇପଡ଼ିଛି। ଅନ୍ୟଥା, ଉଚ୍ଚପଦସ୍ଥ ଅଧିକାରୀଙ୍କ ଏଭଳି କାରବାର ପଛରେ ଯେ ସହମତି ଅଛି; ଏ ଧାରଣା ସୃଷ୍ଟି ହେବାକୁ ବେଶୀ ସମୟ ଲାଗିବ ନାହିଁ।

ସମ୍ବନ୍ଧିତ ଖବର