ସିନ୍ଦୁର ଖେଳରେ ମା’ ଶ୍ୟାମାକାଳୀଙ୍କୁ ବିଦାୟ ଦେଲେ ଆମ୍ବାଗୁଡ଼ାବାସୀ

ଜୟପୁର: ଗତ ୧୨ତାରିଖରୁ ଆରମ୍ଭ ହୋଇଥିବା ମା’ ଶ୍ୟାମାକାଳୀଙ୍କ ପୂଜା ପରେ ଆଜି ସିନ୍ଦୁର ଖେଳରେ ମେଳାଣି ଦେଲେ ଆମ୍ବାଗୁଡାବାସୀ। ବଙ୍ଗୀୟ ମହିଳାମାନେ ପରସ୍ପରକୁ ସିନ୍ଦୁର ଲଗାଇବା ସହ ମା’ଙ୍କୁ ମେଳାଣି ଦେଇଥିଲେ। ବସଷ୍ଟାଣ୍ଡରେ ଥିବା ମା’ କାଳୀଙ୍କ ମନ୍ଦିର ପ୍ରାଙ୍ଗଣରେ ମା’ ଶ୍ୟାମାକାଳୀଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଆନ୍ତି। ଗତ ୨୮ବର୍ଷ ଧରି ଏଠାରେ ମାଙ୍କ ପୂଜା କରାଯାଉଛି। ସବୁସ୍ଥାନରେ ମା’ କାଳୀଙ୍କ ପୂଜା କରାଯାଉଥିବା ବେଳେ ଏଠାରେ ମା’ ଶ୍ୟାମା କାଳୀଙ୍କ ପୂଜା କରାଯାଇଥାଏ। ବଙ୍ଗୀୟ ରିତୀନିତୀରେ ପାଳନ ହେଉଥିବା ଏହି ପୂଜାକୁ ଅତି ସୁରୁଖୁରୁରେ ଆୟୋଜନ କରିଥିଲେ। କମିଟିର   କର୍ମକର୍ତ୍ତା ପିଣ୍ଟୁ ନାୟକ, ଶ୍ୟାମଳ ଘୋଷ, ଗୋପାଳ ଘୋଷ,ଶରତ ତାରିଣୀ, ମ୍ୟୁତାଲୁ ଗୌଡ଼, ନବୀନ ସାହୁ, ପିଙ୍କୁ ଭଟ୍ଟ, ରାଜ ରଥ, ରାଜା ଦେ, ସୁଶୀଲ ପରମାଣିକ, ରୋହିତ ଦେ, କାଳୀ ପଟ୍ଟନାୟକଙ୍କ ସହ ଶ୍ରଦ୍ଦାଳୁ ମହିଳା ଭକ୍ତମାନେ ସହଯୋଗ କରିଥିଲେ।

 

ସମ୍ବନ୍ଧିତ ଖବର