କୋରାପୁଟ: ଲକ୍ଷ୍ମୀପୁରରେ ବଡଦିନ ଧୂମଧାମ୍‌ରେ ପାଳିତ

ଲକ୍ଷ୍ମୀପୁର: ଲକ୍ଷ୍ମୀପୁରରେ ଖ୍ରୀଷ୍ଠଧର୍ମାବଳମ୍ବଙ୍କ ଦ୍ୱାରା ବଡଦିନ ତଥା ଯିଶୁ ଖ୍ରୀଷ୍ଟଙ୍କ ଜନ୍ମଦିନକୁ ମଙ୍ଗଳବାର ଧୂମଧାମରେ ପାଳନ କରାଯାଇଛିା ଏହି ଅବସରରେ ଜେଇଏଲ୍‌ ଚର୍ଚ୍ଚର ବାହାର ପରିବେଷକୁ ଆଲୋକ ସଜ୍ଜାରେ ସଜ୍ଜିତ କରାଯାଇଥିଲା। ଚର୍ଚ୍ଚ ଭିତରେ ସୁନ୍ଦର ଆଲୋକ ମାଳାଦ୍ୱାରା ସଜ୍ଜିତ କରାଯାଇଥିଲା। ଖ୍ରୀଷ୍ଠଧର୍ମାବଲାମ୍ବି ମାନେ ମଙ୍ଗଳବାର ସେମାନଙ୍କ ନିୟମ ମୁତାବକ ବାଇବେଲ୍‌ ପାଠକ କରିବା ପରେ କେକ୍‌ କାଟି ଜନ୍ମଦିନ ପାଳନ କରିଥିଲୋ ପରସ୍ପର ମଧ୍ୟରେ ଭାଇଚାରା ସୃଷ୍ଠି କରିବା ସହ ସମସ୍ତେ ସମସ୍ତଙ୍କୁ ପିଠା ବଣ୍ଟନ କରି ଶୁଭେଚ୍ଛା ଜଣାଇଥିଲୋ

କୋରାପୁଟ ସାଂସଦ ଝିନ୍ନ ହିକକା ମୁଖ୍ୟଅତିଥି ଭାବେ ଯୋଗଦେଇ ବଡଦିନର ଶୁଭେଚ୍ଛା ଜଣାଇଥିଲୋ ଚର୍ଚ୍ଚରେ ମୁଖ୍ୟ ପାଷ୍ଟର ଜାକିନ ହୁଇକା ସମସ୍ତଙ୍କ ସହ ପ୍ରେମ ଓ ଶ୍ରଧାର ବାତାବରଣ ନେଇ ପ୍ରେମ ଓ ଖୁସିର ସହ ବଡିଦିନ ପାଳିତ କରିଥିବା ପ୍ରକାଶ କରିଥିଲୋ ବଡଦିନ ଅବସରରେ ନାଚଗୀତର ମସଗୁଲ ପରିବେଷ ସୃଷ୍ଠି ହୋଇଥିବା ବେଳେ ଶାନ୍ତି ଆନନ୍ଦ ପ୍ରେମ ଓ ଗୀତ ଗାୟନ ସହ ବାକ୍ୟ ଅଧ୍ୟୟନ ଓ ପ୍ରାର୍ଥନା ବିନିମୟରେ ବଡଦିନ ପାଳନ କରାଯାଇଥିଲାା

ସମ୍ବନ୍ଧିତ ଖବର