ଦୁର୍ଦ୍ଦାନ୍ତ ନକ୍ସଲ ଗିରଫ, ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

ମାଲକାନଗିରି: ସୀମାନ୍ତ ଛତିଶଗଡର ଦନ୍ତୋଡା ଜିଲ୍ଲା ପୁଲିସକୁ ମିଳିଛି ବଡ ସଫଳତା। ପୁଲିସ ଜଣେ ଦୁର୍ଦ୍ଦାନ୍ତ ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଛି। ବିଶେଷ ସୂତ୍ରରୁ ପୁଲିସ ଖବର ପାଇଥିଲା ଯେ କୋଣ୍ଡାପାରା ଠାରୁ ଅରନପୁର ଗ୍ରାମ ଏବଂ ଭୀମାପାରାକୁ ଯାଉଥିବା ଜଂଗଲରେ କିଛି ନକ୍ସଲ ଲୁଚି ରହିଛନ୍ତି। ତୁରନ୍ତ ଯବାନ ଏହି ଅଂଚଳକୁ ସର୍ଚ୍ଚ ଅପରେସନରେ ବାହାରି ପଡିଥିଲେ।

ତେବେ ଭୀମାପାରା ଜଂଗଲରେ ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ସନ୍ଦିଗ୍ଧ ନକ୍ସଲ ଯବାନଙ୍କୁ ଦେଖି ଦୌଡି ପଳାଇବାକୁ ଚେଷ୍ଟା କରିଥିଲା। ଯବାନ ତୁରନ୍ତ ସତର୍କ ହୋଇ ଜଂଗଲକୁ ଘେରି ଏହି ବ୍ୟକ୍ତିଙ୍କୁ ଧରିଥିଲେ। ପଚରାଉଚରା କରିବା ପରେ ସେ ମାଡବୀ ମାସା(୩୪) ବୋଲି କହିଥିଲା। ଦୀର୍ଘ ଦିନ ଧରି ସେ ନକ୍ସଲ ସଂଗଠନରେ କାମ କରୁଥିବା ସ୍ୱୀକାର କରୁଥିଲା। ମାସା ନାମରେ ହତ୍ୟା, ଲୁଟପାଟ, ନିଆଁ ଲଗାଇବା, ମାରପିଟ କରିବା ଭଳି ସଂଗୀନ ଅଭିଯୋଗ ରହିଛି।

ମାସା ଠାରୁ ପୁଲିସ ନକ୍ସଲ ବ୍ୟାନର ଡିଟୋନନେଟର, ୧୩ଟି ଜିଲୋଟିନ ଷ୍ଟିକ, ବିଦ୍ୟୁତ ତାର ଇତ୍ୟାଦି ଜବତ କରିଛି। ଏଥିସହ ନକ୍ସଲଙ୍କୁ ଯୋଗାଉଥିବା ଦୈନନ୍ଦିନ ସାମଗ୍ରୀ ମଧ୍ୟ ପୁଲିସ ଜବତ କରିଛି। ମାସା ନାମରେ ସରକାର ୧ ଲକ୍ଷ ଟଂକା ପୁରସ୍କାର ରାଶି ଘୋଷଣା କରିଥିଲେ। ମାସାକୁ ଧରିବା ପରେ ପୁଲିସ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ନକ୍ସଲ ସଂଗଠନର ପାଇବ ବୋଲି ଆଶା ପ୍ରକଟ କରିଛି।

ସମ୍ବନ୍ଧିତ ଖବର