ଏଣିକି ହ୍ଵାଟ୍ସଆପରୁ ଡାଉନଲୋଡ଼ କରିପାରିବେ କରୋନା ଟିକାର ସାର୍ଟିଫିକେଟ, ଜାଣନ୍ତୁ ପାଇବାର ଉପାୟ

ନୂଆଦିଲ୍ଲୀ: ବର୍ତ୍ତମାନ ସବୁ ସ୍ଥାନରେ କରୋନା ଟିକାକରଣ ପ୍ରମାଣପତ୍ର ଆବଶ୍ୟକ ହୋଇପଡିଛି | ସମସ୍ତ ସରକାରୀ କାର୍ଯ୍ୟ ବ୍ୟତୀତ ବିଭିନ୍ନ କାର୍ଯ୍ୟାଳୟରେ କର୍ମଚାରୀଙ୍କଠାରୁ କରୋନା ଟିକାକରଣର ପ୍ରମାଣପତ୍ର ମଧ୍ୟ ଖୋଜାଯାଉଛି | ଏହାକୁ ଦୃଷ୍ଟିରେ ରଖି ସରକାର ବର୍ତ୍ତମାନ ଟିକାକରଣର ସାର୍ଟିଫିକେଟ ପାଇବା ପ୍ରକ୍ରିୟାକୁ ସହଜ କରିଛନ୍ତି। ବର୍ତ୍ତମାନ ଜଣେ ବ୍ୟକ୍ତିଙ୍କୁ ଟିକାକରଣ ପ୍ରମାଣପତ୍ର ପାଇଁ ଦୌଡିବାକୁ ପଡିବ ନାହିଁ କିମ୍ବା ଅନ୍ୟ କୌଣସି ବ୍ୟବସ୍ଥା ବାବଦରେ ଚିନ୍ତା କରିବାକୁ ପଡିବ ନାହିଁ | ଏଣିକି ଜଣେ ନିଜର ହ୍ୱାଟ୍ସଆପ୍ ରୁ ସହଜରେ ଏହି ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବ |

ଜାଣନ୍ତୁ କିଭଳି ଡାଉନଲୋଡ କରିବେ ଭ୍ୟାକସିନ ସାର୍ଟିଫିକେଟ୍
ସର୍ବପ୍ରଥମେ ଆପଣଙ୍କ ମୋବାଇଲରେ MyGov କରୋନା ହେଲ୍ପଡେସ୍କ ହ୍ୱାଟ୍ସଆପ୍ ନମ୍ବର +91 90131 51515 ସେଭ୍ କରନ୍ତୁ | ଏହା ପରେ, ହ୍ଵାଟ୍ସଆପ ଖୋଲନ୍ତୁ ଏବଂ ଏଥିରେ ଥିବା ହେଲ୍ପଡେସ୍କ ହ୍ଵାଟ୍ସଆପ ନମ୍ବର ଖୋଜନ୍ତୁ | ଏହାର ଚାଟ୍ ୱିଣ୍ଡୋରେ, ଡାଉନଲୋଡ୍ ସାର୍ଟିଫିକେଟ୍ ଟାଇପ୍ କରି ପଠାନ୍ତୁ | ଆପଣ ଡାଉନଲୋଡ୍ ସାର୍ଟିଫିକେଟ୍ ବାର୍ତ୍ତା ପଠାଇବା ମାତ୍ରେ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ୬ ଅଙ୍କ ବିଶିଷ୍ଟ ଓଟିପି ଆସିବ | ବର୍ତ୍ତମାନ ଏହି ଓଟିପିକୁ MyGov ର ହ୍ଵାଟ୍ସଆପରେ ଏଣ୍ଟ୍ରି କରନ୍ତୁ | ଯଦି ଏକରୁ ଅଧିକ ଉପଭୋକ୍ତା ପଞ୍ଜୀକୃତ ହୁଅନ୍ତି ତେବେ ସେମାନଙ୍କର ତାଲିକା ଦେଖାଯିବ | ଏଥିରୁ, ଆପଣ ଚାହୁଁଥିବା ସାର୍ଟିଫିକେଟ୍ ଚୟନ କରନ୍ତୁ ଏବଂ ନମ୍ବର ଟାଇପ୍ କରନ୍ତୁ | ଏହି ପ୍ରକ୍ରିୟା ସମାପ୍ତ ହେବା ମାତ୍ରେ କୋଭିଡ ୧୯ ସାର୍ଟିଫିକେଟ୍ ଆପଣଙ୍କ ହ୍ଵାଟ୍ସଆପରେ ଆସିଯିବ |

ସମ୍ବନ୍ଧିତ ଖବର