ଟ୍ରକ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ

ପାରାଦୀପ: ଜଗତସିଂହପୁର ଜିଲ୍ଲା ପାରାଦୀପ ନିକଟ ଭୂତମୁଣ୍ଡାଇ ପୋଲ ପାଖରେ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ସ୍ଥାନୀୟ ଭୂତମୁଣ୍ଡାଇ ଗ୍ରାମର ରାଜକିଶୋର ମଲ୍ଲିକ। ପାରାଦୀପ ପଟୁ କଟକ ଯାଉଥିବା ଟ୍ରକ୍‌ (ଓଡି୦୪ଏମ୍‌ ୯୭୨୪) ରାଜକିଶୋରଙ୍କୁ ଧକ୍କା ଦେଇଥିଲା। ଫଳରେ ରାଜକିଶୋରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିବାରୁ ସ୍ଥାନୀୟ ଲୋକମାନେ ଉତ୍ୟକ୍ତ ହୋଇ କଟକ ପାରାଦୀପ ରାସ୍ତାକୁ ଅବରୋଧ କରିଥିଲେ।ପାଟ୍ରୋଲିଂ କରୁଥିବା ଲକ୍ ଥାନା ପୁଲିସ ଖବର ପାଇ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ଉତ୍ୟକ୍ତ ଲୋକେ ପୁଲିସକୁ ଆକ୍ରମଣ କରିଥିବା ଓ ଏହି ଆକ୍ରମଣରେ ଲକ୍ ଥାନାର ଡ୍ରାଇଭର ଏନ୍ ଆର୍ ସିଂଙ୍କ ସମେତ ଏସ୍‌ ଆଇ ଜୀବନ୍ ଲାକ୍ରା ଓ କନେଷ୍ଟବଳ ବୈରାଗୀ ଚରଣ ବାରିକ ମଧ୍ଯ ଆହତ ହୋଇଥିବା ଜଣାପଡିଛି। ଉତ୍ତ୍ୟକ୍ତ ଲୋକେ ଏଭଳି ପୁଲିସକୁ ଆକ୍ରମଣ କରିଥିଲେ ଯେ ଘଟଣାସ୍ଥଳରେ ହିଁ ପୁଲିସ ବେହୋସ୍ ହୋଇପଡ଼ିଥିବା ଓ ତାଙ୍କୁ ଅଠରବାଙ୍କୀ ମେଡିକାଲ୍‌କୁ ଚିକିସ୍ଥା ପାଇଁ ଅଣାଯାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର