ଘରୋଇ ବ୍ୟାଙ୍କ କର୍ମଚାରୀଙ୍କୁ ଲୁଟ୍

ବୈପାରିଗୁଡା: ଘରୋଇ ବ୍ୟାଙ୍କ କର୍ମଚାରୀଙ୍କୁ ଛୁରୀ ଦେଖେଇ ଲୁଟ୍ କରାଯିବା ଭଳି ଏକ ଘଟଣା ଘଟିଯାଇଛି। ଗତ ୨୯ ତାରିଖ ଦିନ ଜୟପୁର ସ୍ଥିତ ସ୍ମାଲ ଫାଇନାନ୍ସ ବ୍ୟାଙ୍କର କର୍ମଚାରୀ ଗଣେଶ ମହାପାତ୍ର ଲମତାପୁଟ ଅଞ୍ଚଳରୁ ୠଣ ବାବଦକୁ କିସ୍ତି ଟଙ୍କା ଆଦାୟ କରି ଜୟପୁର ଫେରୁଥିଲେ। ଦିନ ଗୋଟାଏ ବେଳେ ସେ ପେଟା ଘାଟି ଦେଇ ଫେରୁଥିବା ବେଳେ ତାଙ୍କୁ ପିଛା କରି ଆସୁଥିବା ଏକ ବାଇକ୍ ତାଙ୍କୁ ଘାଟି ଉପରେ ଧକ୍କା ଦେଇଥିଲେ। ସେ ନିଜକୁ ସମ୍ଭାଳି ନେବା ପୂର୍ବରୁ ବାଇକରେ ବସିଥିବା ତିନି ଜଣ ଦୁବୃର୍ତ୍ତ ଛୁରୀ ଦେଖେଇ ତାଙ୍କ ବ୍ୟାଗରୁ ଆଦାୟ କରାଯାଇଥିବା ୨୯୫୫୦ ଟଙ୍କା ସହ ମୂଲ୍ୟବାନ କାଗଜପତ୍ର, ସାମସଙ୍ଗ ମୋବାଇଲ ଫୋନ, ଓଭର କୋଟ୍ ଏବଂ ପାଣି ଫ୍ଲାସ ଲୁଟ କରିବା ସହ ଆଖି ପିଛୁଳାକେ ଜୟପୁର ରାସ୍ତାରେ ଚାଲି ଯାଇଥିଲେ। ଗଣେଶ ମହାପାତ୍ର ବୈପାରିଗୁଡା ଥାନାରେ ଏତଲା ଦେଇଥିଲେ। ଆଇଆଇସି ରଘୁନାଥ ମାଝୀ ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର