୧୦୦କୋଟିର ଦୁର୍ନୀତିରେ ଫସିଥିବା ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କେତେ କୋଟିର ମାଲିକ ଜାଣନ୍ତି କି?

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଏବେ ଜେଲରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ୧୦୦କୋଟିର ଏହି ଦୁର୍ନୀତିରେ ଅନେକ ନେତା ଫସିଥିବା ବେଳେ କେଜ୍ରିଓ୍ବାଲ ମାସେ ହେଲାଣି ଜେଲରେ ଅଛନ୍ତି। ଏସମୟରେ ତାଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏତେ କୋଟିର ଦୁର୍ନୀତିରେ ଫସିଥିବା କେଜ୍ରିଓ୍ବାଲଙ୍କ ମୋଟ ସମ୍ପତ୍ତି ଜାଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚୟ।

୨୦୨୦ ନିର୍ବାଚନ ସମୟରେ ନାମାଙ୍କନ ପତ୍ର ଦାଖଲ ବେଳେ କେଜ୍ରିୱାଲ ଦେଇଥିବା ତଥ୍ୟ ଅନୁଯାୟୀ ସେ ମୋଟ ୩.୪୪କୋଟି ଟଙ୍କାର ମାଲିକ ଥିଲେ। ନଗଦ ଅର୍ଥ ଆକରରେ ତାଙ୍କ ପାଖରେ ମାତ୍ର ୧୨ହଜାର ଟଙ୍କା ଏବଂ ତାଙ୍କ ପତ୍ନୀଙ୍କ ପାଖରେ ମାତ୍ର ୯ହଜାର ଟଙ୍କା ଥିଲା। ତାଙ୍କ ପରିବାରରେ ୬ଟି ବ୍ୟାଙ୍କ ଆକାଉଣ୍ଟ ଥିଲା, ଯେଉଁଥିରେ ସମୁଦାୟ ୩୩.୨୯ ଲକ୍ଷ ଟଙ୍କା ଜମା କରାଯାଇଥିଲା। ଏହା ସହ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀଙ୍କ ପାଖରେ ୩୨ଲକ୍ଷ ଟଙ୍କା ମୂଲ୍ୟର ସୁନା ଏବଂ ୪୦ହଜାର ଟଙ୍କା ମୂଲ୍ୟର ଏକ କିଲୋଗ୍ରାମ ରୂପା ଥିଲା। ଏହା ବ୍ୟତୀତ ତାଙ୍କ ପତ୍ନୀଙ୍କ ନାମରେ ହୋଇଥିବା ମ୍ୟୁଚୁଆଲ୍ ଫଣ୍ଡରେ ୧୫.୩୧ ଲକ୍ଷ ଟଙ୍କା ଜମା ହୋଇଥିଲା। କେଜ୍ରିୱାଲଙ୍କ ନାମରେ କୌଣସି ଗାଡି ନଥିବା ବେଳେ ତାଙ୍କ ପତ୍ନୀଙ୍କ ନାମରେ ୬.୨୦ ଲକ୍ଷ ଟଙ୍କା ମୂଲ୍ୟର ମାରୁତି ବଲେନୋ ରହିଛି। ୨୦୨୦ରେ କେଜ୍ରିୱାଲଙ୍କ ସମ୍ପତ୍ତି ଏତିକି ଥିବା ବେଳେ ଏବେ କେତେ ବୃଦ୍ଧି ପାଇଛି, ତାହା ସାମ୍ନାକୁ ଆସିନାହିଁ ।

ସମ୍ବନ୍ଧିତ ଖବର