ଦୁଇଦିନିଆ ରିମାଣ୍ଡରେ ଯିବେ ସେଲଟର ହୋମ ‘ଡାଡି’

ଢ଼େଙ୍କାନାଳ:  ଢେଙ୍କାନାଳ ସଦର ବ୍ଲକ୍‌ ବେଲଟିକିରିସ୍ଥିତ ‘ଗୁଡ୍‌ ନିୟୁଜ୍‌ ଇଣ୍ଡିଆ ଡ୍ରିମ୍‌ସ ସେଣ୍ଟର’ ନାମକ ସେଲ୍‌ଟର ହୋମ୍‌ରେ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ପରେ ସେଲ୍‌ଟର ହୋମ୍‌ ଅଧ୍ୟକ୍ଷ ଡ. ଫାୟାଜ୍‌ ରେହେମାନ୍‌ଙ୍କୁ ଗିରଫ କରାଯାଇଥିଲା। ଆସନ୍ତା ମଙ୍ଗଳବାର ଠାରୁ ଫାୟାଜ୍‌ ରେହେମାନ୍‌ଙ୍କୁ ଦୁଇଦିନିଆ ରିମାଣ୍ଡରେ ନେବ ଢ଼େଙ୍କାନାଳ ପୁଲିସ। ତେବେ ଏହି ରିମାଣ୍ଡରେ ନେବା ପାଇଁ ସ୍ୱତନ୍ତ୍ର ଅନୁମତି ପୋକସୋ କୋର୍ଟ ଦେଇଛନ୍ତି।

ଢ଼େଙ୍କାନାଳସ୍ଥିତ ଗୁଡ ନ୍ୟୁଜ୍‌ ଇଣ୍ଡିଆ ଡ୍ରିମ୍‌ସ ହୋମ୍‌ ଭିତରେ ଯୌନ ନିର୍ଯାତନା ଅଭିଯୋଗ ହେବା ପରେ ବିବାଦ ଲାଗି ରହିଛି। ଗତକାଲି ସଂସ୍ଥାର ମୁଖ୍ୟ ଫୟାଜ ରହେମାନଙ୍କ ସମେତ ତିନି ଜଣଙ୍କୁ ଗିରଫ କରାଯାଇଥିଲା । ଢ଼େଙ୍କାନାଳ ପରେ ପୁରୀ, ବରଗଡ଼, ବାଲେଶ୍ୱର, ଗଜପତି ପରେ ଗୁଡ ନ୍ୟୁଜ୍‌ ଇଣ୍ଡିଆ ଡ୍ରିମ୍‌ସ ହୋମ୍‌ ସଂସ୍ଥା ଅଧୀନରେ ପରିଚାଳିତ ଅନ୍ୟ ସେଲଟର ହୋମଗୁଡିକ ଉପରେ ଚଢ଼ାଉ କରାଯାଉଛି । ଭଦ୍ରକ, ରାୟଗଡ଼ା, ବାଲେଶ୍ୱର, ବାଲିଗୁଡା, ଝାରସୁଗୁଡ଼ା ଆଦି ସ୍ଥାନରେ ଆଜି ତୁହାକୁ ତୁହା ଚଢ଼ାଉ ହୋଇଛି । ଜିଲ୍ଳପାଳଙ୍କ ନିର୍ଦ୍ଦେଶରେ ଉପଜିଲ୍ଲାପାଳ, ଶିଶୁ ସୁରକ୍ଷା ଅଧିକାରୀ ଯାଇ ଗୁଡ ନ୍ୟୁଜ୍‌ ଇଣ୍ଡିଆ ସେଲଟର ହୋମ୍‌ ଗୁଡିକର ଯାଞ୍ଚ କରୁଛନ୍ତି ।

ସୂଚନାଯୋଗ୍ୟ, ଢେଙ୍କାନାଳ ସଦର ବ୍ଲକ୍‌ ବେଲଟିକିରିସ୍ଥିତ ‘ଗୁଡ୍‌ ନିୟୁଜ୍‌ ଇଣ୍ଡିଆ ଡ୍ରିମ୍‌ସ ସେଣ୍ଟର’ ନାମକ ସେଲ୍‌ଟର ହୋମ୍‌ର ଅନୁଷ୍ଠାନର ଅଧ୍ୟକ୍ଷ ଡ. ଫାୟାଜ୍‌ ରେହେମାନ୍‌ (୬୩), ପ୍ରୋଜେକ୍ଟ ଡାଇରେକ୍ଟର ତଥା ଇନ୍‌ଚାର୍ଜ ସୀମାଞ୍ଚଳ ନାଏକ(୩୯) ଏବଂ ସହକାରୀ ନିର୍ଦ୍ଦେଶକ ଉଦିତ କୁମାର ଲିମା(୪୬)ଙ୍କୁ ଛାତ୍ରୀ ଅସଦାଚଣ ଘଟଣାରେ ପୁଲିସ୍‌ ଗିରଫ କରିଥିଲା। ସେଲ୍‌ଟର ହୋମ୍‌ର ଛାତ୍ରୀମାନଙ୍କର ୩ଟି ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ୩ଟି ମାମଲା ରୁଜୁ କରିଥିବା ଏସ୍‌ପି ସନ୍ତୋଷ ନାୟକ ସୂଚନା ଦେଇଥିଲେ।

 

ସମ୍ବନ୍ଧିତ ଖବର