କୁମାରୀ ମାତୃତ୍ବ, ଦୁଷ୍କର୍ମ ଅଭିଯୁକ୍ତ ଗିରଫ

ସୁନ୍ଦରଗଡ଼ : ହେମଗିର ଥାନା ଅଞ୍ଚଳରେ ଜଣେ ୨୩ ବର୍ଷିୟା ଯୁବତୀଙ୍କୁ ନିଜ ଗାଁର ଯୁବକ ପ୍ରେମ ଜାଲରେ ଫସାଇ ବିବାହର ପ୍ରତିଶ୍ରୁତିରେ ଦୁଷ୍କର୍ମ କରିବା ଓ ଯୁବତୀ ମା’ ହେବା ପରେ ଧରାଛୁଆଁ ନଦେବା ଅଭିଯୋଗ ହୋଇଥିଲା। ଏପରିକି ତା’ ସାଙ୍ଗ ସହ ମିଶି ପୀଡ଼ିତାଙ୍କୁ ଜୀବନରେ ମାରିଦେବାର ଧମକ ମଧ୍ୟ ଦେଇଥିଲା। ପ୍ରତାରିତାଙ୍କ ଏତଲା ପରେ ପୁଲିସ ଅଭିଯୁକ୍ତ ଲକ୍ଷ୍ମଣ କର୍ତ୍ତା ଓ ତା’ ସାଙ୍ଗ ସୁନ୍ଦରଗଡ଼ର କିଶୋର ଦାସଙ୍କ ନାମରେ ମାମଲା ରୁଜୁ କରିଥିଲେ। ମଙ୍ଗଳବାର ଅଭିଯୁକ୍ତ ଲକ୍ଷ୍ମଣ କର୍ତ୍ତାଙ୍କୁ ପୁଲିସ ଗିରଫ କରି ଅଦାଲତକୁ ଚାଲାଣ କରିଛି। ଅଦାଲତ ଜାମିନ ନମଞ୍ଜୁର କରି ତାକୁ ଜିଲ୍ଲା କାରାଗାରକୁ ପଠାଇ ଦେଇଛନ୍ତି। ସହ ଅଭିଯୁକ୍ତ କିଶୋର ଦାସଙ୍କୁ ପୁଲିସ ନୋଟିସ ଦେଇ ଛାଡ଼ି ଦେଇଥିବା ସୂଚନା ମିଳିଛି। ଅଭିଯୋଗ ଅନୁସାରେ, ପୀଡ଼ିତାଙ୍କୁ ଯୁବକ ଲକ୍ଷ୍ମଣ ୨୦୧୯ରୁ ପ୍ରେମ ଜାଲରେ ଫସାଇଥିଲା। ଏହା ପରେ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଯୁବତୀ ଗର୍ଭବତୀ ହୋଇଥିଲେ। ୨୦୨୦ ଅକ୍ଟୋବରେ ଏକ ଛୁଆ ଜନ୍ମ ହେବା ପରେ ପରିବାର ଲୋକେ ଯୁବକଙ୍କୁ ଧରିଲେ। ସେ କୋଭିଡ୍ କଟକଣା ହଟିଲେ ବିବାହ କରିବ ବୋଲି କହିବା ପରେ ପୀଡ଼ିତାଙ୍କ ପରିବାର ମଧ୍ୟ ଚୁପ୍ ରହିଲେ। କିନ୍ତୁ ଏହା ମଧ୍ୟରେ ସେ ଆଉ ବିବାହ କରିବ ନାହିଁ ବୋଲି କହିବା ସହ ଯୁବତୀଙ୍କୁ ଜୀବନରେ ମାରିଦେବାର ଧମକ ଦେବାରୁ ପୀଡ଼ିତାଙ୍କ ପରିବାର ଏତଲା ଦେଇଥିଲେ।

ସମ୍ବନ୍ଧିତ ଖବର